Onn 3

ଗଣତାନ୍ତ୍ରିକ ମହିଳା ସମିତିର ପ୍ରତିବାଦ

State

ଆଗରପଡ଼ା:ଆଗରପଡ଼ା କଲେଜ ଛକରେ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତିର ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମିତିର ଜାତୀୟ ସମ୍ପାଦିକା ତାପସୀ ପହରାଜ, ରାଜ୍ୟ ସମ୍ପାଦିକା ସୁରଜିତା ନାୟକ, ଜିଲ୍ଲା ସମ୍ପାଦିକା ମମତା ଜେନା, ନାରୀନେତ୍ରୀ ରୋଜାଲିନ ସାମ୍ୟବାଦି, ଶିକ୍ଷାବିତ୍ ପ୍ରଭାଷ ଚନ୍ଦ୍ର ମହାପାତ୍ର, ସିଟୁ ନେତା ମହେଶ୍ୱର ନାୟକ ପ୍ରମୁଖ ଯୋଗଦେଇ ମହିଳା, ସମ୍ବିଧାନ ସୁରକ୍ଷା ଅଧିକାର, ଦରଦାମ ବୃଦ୍ଧି ରୋକିବା, ବେକାରୀ ଓ ବେରୋଜଗାରୀ ହଟାଇବା, ଦୁର୍ନିତୀ ହଟାଇବା, ସରକାରୀ ଶିଳ୍ପ ଓ ପ୍ରତିଷ୍ଠାନକୁ ଶାଗ ମାଛ ଦରରେ ବିକ୍ରୟ ନକରି ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ନେଇ ପ୍ରତିବାଦ ଜଣାଇଥିଲେ ।

ଶନିବାର ଭଦ୍ରକ ରକ୍ତତୀର୍ଥ ଇରମରୁ ଏହି ଶୋଭାଯାତ୍ରା ବାହାରିଥିବା ବେଳେ ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ଆସନ୍ତା ଅକ୍ଟୋବର ୫ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ସମାବେଶରେ ହଜାର ହଜାର ସଂଖ୍ୟାରେ ଯୋଗ ଦେବା ନେଇ ଲୋକଙ୍କୁ ସଚେତନ କରାଯାଉଛି । ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସୁକାନ୍ତି ପ୍ରଧାନ, ସବିତା ବିଶ୍ୱାଳ, ତିଳୋତମା ପାଣିଗ୍ରାହୀ ,ନମିତା ସାହୁ, ଜାନକୀ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।