Onn 3

ଗୋପିନାଥପୁରରେ କଂଗ୍ରେସ କର୍ମୀ ସମ୍ମିଳନୀ

Politics State

ଆଗରପଡ଼ା: ବନ୍ତ ବ୍ଲକ ଗୋପିନାଥପୁର ପଂଚାୟତ ଅନ୍ତର୍ଗତ ଗୋପିନାଥପୁର କଲ୍ୟାଣମଣ୍ଡପ ଠାରେ କଂଗ୍ରେସ ଦଳ ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ସରପଂଚ ପ୍ରଦିପ୍ତ କୁମାର ନାୟକଙ୍କ ଆବାହକତ୍ୱରେ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ସ୍ଥାନୀୟ ସରପଂଚ ସବିତାରାଣୀ ନାୟକ ସଭାପତିତ୍ତ୍ୱ କରିଥିବା ବେଳେ । ଏଥିରେ ପୂର୍ବତନ ପିସିସି ସଭାପତି ନିରଜଂନ ପଟ୍ଟନାୟକ ଯୋଗଦେଇ ବିଜେଡ଼ି ସରକାରଙ୍କ ବିଭିନ୍ନ ନୀତିକୁ ସମାଲୋଚନା କରିବା ସହ ଶାସକ ଦଳ ବିରୁଦ୍ଧରେ କଂଗ୍ରେସ ହାତ ମୁଠାକୁ ଟାଣ କରିବା ପାଇଁ ଉପସ୍ଥିତ କର୍ମୀଙ୍କୁ ଆହ୍ୱାନ ହେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳ, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ, ବ୍ଲକ କଂଗ୍ରେସ ସଭାପତି ରାଜ କିଶୋର ସ୍ୱାଇଁ, ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ଲକ୍ଷ୍ମୀଧର ସାହୁ, କଂଗ୍ରେସ ପଞ୍ଚାୟତ ସଭାପତି ଗଙ୍ଗାଧର ପତି, ପୂର୍ବତନ ସରପଞ୍ଚ ରବିନାରାୟଣ ମହାନ୍ତି, ସତ୍ୟବାନ ଦାସ, ଯୁବନେତା ଜ୍ୟୋତି ନାୟକ, ଇଂ ସୁଧାଂଶୁ ଶେଖର ନାୟକ, ପ୍ରଦ୍ୟୁମ୍ନ ଦାସ, ନାଏବ ସରପଞ୍ଚ ରାଜେନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ବିଭିନ୍ନ ଦଳର କର୍ମିୀ କଂଗ୍ରେସ ଦଳରେ ଯୋଗଦାନ କରିଥିଲେ । ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମକୁ ଛାତ୍ର ନେତା ମିଟୁ ଦାସ, ହୃଦାନନ୍ଦ ଦାସ, ମହେଶ୍ୱର ଦାସ, ସୁଦର୍ଶନ ବେହେରା, ମାୟାଧର ଦାସ, ଭୀଷ୍ମଦେବ ଦାସ, ରୋହିତ କୁମାର ଜେନା, ଘନଶ୍ୟାମ ବାରିକ, ବିଜୟ ପଣ୍ଡା, ଅଭିମନ୍ୟୁ ସାହୁ, ଶତୃଘନ ରାଉତ, ଅଶ୍ୱନୀ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।