Onn 3

ଜିଲ୍ଲାସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା

entertrainment State

ବାରିପଦା: ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଅନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା ମହାରାଜା କୃଷ୍ନଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନ ରଞ୍ଜନ ଆଚାର୍ଯ୍ୟ ଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥଲା ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣଚନ୍ଦ୍ର ସେଠୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଲୋକନୃତ୍ୟ କାର୍ଯ୍ୟକ୍ରମ କୁ ଉଦ୍‌ଘାଟନ କରିବା ସହ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଥିବା ପ୍ରତିଭାର ବିକାଶ ପାଇଁ ଏହା ଏକାନ୍ତ ଉପଯୋଗୀ ବୋଲି ଅଲୋକପାତ କରିଥିଲେ । ଏମକେସି ହାଇସ୍ଲଲର ପ୍ରଧାନଶିକ୍ଷକ ବାସନ୍ତୀ ଟୁଡୁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନ କାର୍ଯ୍ୟକ୍ରମ କୁ ସରକାରୀ ଉଚ୍ଚ ବିଦ୍ୟାଳୟ, କଣ୍ଟାପାଳର ପ୍ରାଧାନଶିକ୍ଷକ ଅମିତାଭ ମିଶ୍ର ସଥାଳନ କରିଥିଲେ । ବିଚାରକ ଭାବେ ଲୋକନାଥ ଦାସ ଓ ଅନୁବାଳା ମହାନ୍ତି ଯୋଗଦେଇ ଥିଲେ ଶିକ୍ଷକ ନୟନ କୁମାର ଗିରି, ବସନ୍ତ କୁମାର ଦତ୍ତ, ସଞ୍ଜିବ କୁମାର ଦଳେଇ, ସୁଦତ୍ତା ବାରିକ, ରାଜୀବ ଲୋଚନ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧ୍‌କାରୀ ନିତ୍ୟାନନ୍ଦ ବାରିକ ଯୋଗଦେଇ କୃତୀଦଳ କୁ ପୁରସ୍କାର ବିତରଣ କରିଥିଲେ । ରାଇରଙ୍ଗପୁର ବ୍ଲକର ବାଦାମବାଇ ସରକାରୀ ୟୁପି ସ୍ଲୁଲ ପ୍ରଥମ ସାନ ଅଧିକାର କରିଥିବା ବେଳେ ବାରିପଦା ଏମକେସି ହାଇସ୍ଲୁଲ ଦ୍ୱିତୀୟ ଓ ବଳାଙ୍ଗୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ତୃତୀୟ ସାନ ଅଧିକାର କରିଛନ୍ତି ଶ୍ରେଷ୍ଠ ଦଳ ରାଜ୍ୟସ୍ତରରେ ଭାଗ ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଛି ।