Onn 3

ରବି ଋତୁ ଫସଲ ଚାଷ ସଂକ୍ରାନ୍ତ ସଚେତନତା ରଥ ପରିକ୍ରମା

State

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି କୃଷି ବିଭାଗ ପକ୍ଷରୁ ରବି ଋତୁରେ ହେଉଥିବା ଡ଼ାଲି ଓ ତୈଳବୀଜ ଫସଲର ଉପଯୁକ୍ତ ଚାଷ କାର୍ଯ୍ୟ ପାଇଁ ଏକ ଚାଷୀ ସଚେତନତା ରଥ ପରିକ୍ରମା ଆରମ୍ଭ ହୋଇଛି । ବ୍ଲକ କୃଷି ଅଧିକାରୀ ସୁରେନ୍ଦ୍ରନାଥ ଘୋଡ଼ାଙ୍କ ସଂଯୋଜନାରେ ଉକ୍ତ ରଥକୁ ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ପ୍ରାକ୍ତନ ଆତ୍ମା ସଭାପତି ଜ୍ୟୋତିପ୍ରକାଶ ସ୍ୱାଇଁ , ଜିଲ୍ଲାପରିଷଦ ସଭ୍ୟ ଭୂପତିଭୂଷଣ ଷଣ୍ଢ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ ।

ଉକ୍ତ ରଥ ୬ଦିନ ବ୍ୟାପୀ ୪୧ଗୋଟି ପଞ୍ଚାୟତରେ ପରିକ୍ରମା କରି ରବି ଋତୁ ଫସଲର ଚାଷ ପାଇଁ ମୃତ୍ତିକା ପରୀକ୍ଷା, ପ୍ରଧାନମନ୍ତ୍ରୀ କିଷାନ ଯୋଜନା, କାଳିଆ ଯୋଜନାର ନବୀକରଣ ଏବଂ ଆର.ଏମ.ଏଫ ଯୋଜନାରେ ୬୦୦ ହେକ୍ଟର ଚାଷ ଜମିରେ ମୁଗ ଓ ୩୦୦ ହେକ୍ଟର ଚାଷ ଜମିରେ ବିରି ଚାଷ ପ୍ରଦର୍ଶନ ପାଇଁ ଏନଜୁଏ ମାଧ୍ୟମରେ କିପରି କରାଯିବ ସେ ସଂକ୍ରାନ୍ତରେ ସଚେତନତା କରାଯାଉଛି । ଏହି କାର୍ଯ୍ୟକ୍ରମରେ ବ୍ଲକ କୃଷି ବୈଷୟିକ ଅଧିକାରୀ ଅରବିନ୍ଦ ସାହୁ, ସହକାରୀ ବିଷ୍ଣୁପ୍ରିୟା ପଣ୍ଡା, ଗ୍ରାମ୍ୟ କୃଷି କର୍ମଚାରୀ ରଶ୍ମିରଂଜନ ବହିରା, ସ୍ମୃତିରଂଜନ ନାୟକ, କୃଷକ ସାଥି ରମେଶ ରାଉତ, ପବିତ୍ର ଦଳାଇ ପ୍ରମୁଖ ଯୋଗ ଦେଇ ପରିଚାଳନା କରିଥିଲେ ।