Onn 3

ମା’ ଜଗଦ୍ଧାତ୍ରୀଙ୍କ ଘଟଯାତ୍ରା ଓ ପୂଜାଵିଧି ଆରମ୍ଭ

State

ବାରିପଦା : ସ୍ଥାନୀୟ ଭଂଜପୁର ଜଗଦ୍ଧାତ୍ରୀ ପଡିଆରେ ମାଆ ଙ୍କ ‘ ଘଟଯାତ୍ରା ପହଂଚିବା ପରେ ପୂଜା ଵିଧି ଆରମ୍ଭ ହୋଇଯାଇଛି I ପାରମ୍ପରିକ ରୀତିରେ ସ୍ଥାନୀୟ ବେଲଗଡ଼ିଆ ନିକଟସ୍ଥ ଚିପଟ ନଦୀ କୂଳରେ ମାଆ ଙ୍କ ଘଟ ଉତୋଳନ ହେବା ପରେ ଏକ ବିରାଟ କଳସ ଯାତ୍ରା ଆରମ୍ଭ ହୋଇଥିଲା I ପୁରୀର ଘଣ୍ଟୁଆ ସେବକ ଙ୍କ ଘଣ୍ଟ ଓ ପଖଜ ବାଜା, ପାରମ୍ପରିକ ନାଗା ନୃତ୍ୟ, ମେଢ଼ ନାଚ , ପଶ୍ଚିମବଙ୍ଗ ର ମେଦିନୀପୁର ଢାକ ବାଜା, ଜଳେଶ୍ୱର ରୁ ଢୋଲ ବାଜା , ବୈଶିଙ୍ଗା ରୁ ହରିନାମ କୀର୍ତ୍ତନ ମଣ୍ଡଳୀ ଓ ବାରିପଦା କେସିପୁର ରୁ ପାରମ୍ପରିକ ଢୋଲ ବାଜା ତାଳେ ତାଳେ ବେଲଗଡ଼ିଆ, ସ୍ଵାଗତିକା ଛକ ଭଂଜପୁର ଛକ ଓ ସାହି ପରିକ୍ରମା କରି ଶେଷରେ ମାଆ ଙ୍କ କଳସ ପୂଜା ମଣ୍ଡପେ ପହଞ୍ଚିଥିଲା I

ଭଂଜପୁର ଜଗଦ୍ଧାତ୍ରୀ ପୂଜା ଓ ମେଳା କମିଟି ର କାର୍ଯ୍ୟକାରୀ ସଭାପତି ନଗରପାଳ କୃଷ୍ଣIନନ୍ଦ ମହାନ୍ତି, ସାଧାରଣ ସମ୍ପାଦକ ଦର୍ପ ନାରାୟଣ ପାଲ, ମେଳା ଉପାଧକ୍ଷ ଜ୍ଞାନେନ୍ଦ୍ର ଦାଶଙ୍କ ସମେତ ଶତାଧିକ ସଦସ୍ୟ ଏହି କଳସ ଯାତ୍ରାରେ ଯୋଗ ଦେଇଥିଲେ I ମା’ ଙ୍କ ପୂଜାବିଧି ମଧ୍ୟରାତ୍ରି ପର୍ଯ୍ୟନ୍ତ ଚାଲିବ ବୋଲି ପୂଜକ ସମ୍ପଦ ମିଶ୍ରଙ୍କ ସୂତ୍ରରୁ ପ୍ରକାଶ I