Pm Modi 1732456229

ଓଡ଼ିଶା ପର୍ବ- ୨୦୨୪ରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

National & International

ଉଦଯାପିତ ହେଲା ଓଡିଶା ପର୍ବ-୨୦୨୪ ।  ଅନ୍ତିମ ଦିନରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ଦିଲ୍ଲୀ ଜବାହାରଲାଲ ନେହେରୁ ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଉଦଯାପନୀ ସମ୍ବୋଧନରେ ଓଡ଼ିଶା ପର୍ବକୁ ଆସି ଗର୍ବିତ ବୋଲି କହିଛନ୍ତି ମୋଦି ।  ଓଡ଼ିଶା ସନ୍ଥ ଓ ବିଦ୍ବାନଙ୍କ ମାଟି କହିବା ସହ ଭୀମଭୋଇଙ୍କ ମୋ ଜୀବନ ପଛେ ନର୍କେ ପଡ଼ିଥାଉ ବାଣୀର ମହନୀୟତା ବଖାଣିଥିଲେ।  ସ୍ବାଧୀନତା ସଂଗ୍ରାମରେ ଓଡିଶା ବୀରଙ୍କ ଅବଦାନକୁ ମନେ ପକାଇଥିଲେ ।

ପାଇକ ବିଦ୍ରୋହ ଏହାର ଏକ ଉଦାହରଣ ବୋଲି ସେ କହିଥିଲେ ।  ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ହେବା ଗର୍ବର ବିଷୟ ବୋଲି ସେ କହିଛନ୍ତି।  ଓଡ଼ିଶାର ମହିଳା ଆଗକୁ ବଢ଼ିଲେ ଓଡ଼ିଶା ଆଗକୁ ବଢ଼ିବ।  କିଛିଦିନ ପୂର୍ବରୁ ଓଡ଼ିଶାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଥିବା ସେ କହିଛନ୍ତି ।  ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇଥିଲେ ।  ୨୦୩୬ରେ ଓଡ଼ିଶା ରାଜ୍ୟ ସ୍ଥାପନର ୧୦୦ ବର୍ଷ ପୂର୍ତ୍ତି ପାଳିବାକୁ ଯାଉଛି। ପୂର୍ବ ଭାରତକୁ ବିକାଶର ଇଞ୍ଜିନ୍ ଭାବେ ଗ୍ରହଣ କରାଯାଇଛି।

ଗତବର୍ଷ ଅପେକ୍ଷା ଏଥର ଓଡ଼ିଶାକୁ ୩୦% ଅଧିକ ବଜେଟ୍ ଦିଆଯାଇଛି ।  ନୂଆ ସରକାର ଗଠନର ଶହେ ଦିନରେ ୪୫ ହଜାର କୋଟି ନିବେଶକୁ ମଞ୍ଜୁରୀ ମିଳିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।  ଓଡ଼ିଶା ପର୍ବରେ ସାମିଲ ହୋଇ ବିଭିନ୍ନ ଷ୍ଟଲ୍ ବୁଲି ଦେଖିବା ସହ ଚା’ ପିଇଥିଲେ ପ୍ରଧାନମନ୍ତ୍ରୀ ମୋଦି।  ତିନିଦିନ ବ୍ୟାପୀ ଓଡ଼ିଶା ପର୍ବ ୨୦୨୪ରେ ଓଡ଼ିଶାର ସଂସ୍କୃତି, କଳା,ଐତିହ୍ୟ ଓ ନୃତ୍ୟର ଝଲକ ଦେଖିବାକୁ ମିଳିଛି।