Photo For The News Of Beti Bachoo And Beti Padhao

ବେଟି ବଚାଓ, ବେଟି ପଢ଼ାଓ କାର୍ଯ୍ୟକ୍ରମ

State

ଆଗରପଡ଼ା :ଆଗରପଡ଼ା ସରକାରୀ ବାଳିକା ହାଇସ୍କୁଲରେ ବେଟି ବଚାଓ,ବେଟି ପଢ଼ାଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଛାତ୍ରୀମାନେ ପ୍ଲାକାର୍ଡ଼ ହାତରେ ଧରି ବିଭିନ୍ନ ସଚେତନତାଧର୍ମୀ ସ୍ଲୋଗାନମାନ ଦେଇ ବଜାର ପରିକ୍ରମା କରିଥିଲେ ।ଆୟୋଜିତ ସଭାରେ ହାଇସ୍କୁଲ୍ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅଜିତ୍ ରାଉଳ ସଭାପତିତ୍ୱ କରିଥିଲେ ।ପରିଚାଳନା କମିଟି ସଭାନେତ୍ରୀ ବର୍ଷାରାଣୀ ମଲ୍ଲିକ, ସଭ୍ୟ ତଥା ସାମ୍ବାଦିକ ଅକ୍ଷୟ ସିଂହ, ଭୀମସେନ ପାଳ,ବନଜିନୀ ନାୟକ, ଭାଗ୍ୟଶ୍ରୀ ପଣ୍ଡା, କୈଳାସ ପଣ୍ଡା, ସାଗରୀକା ମହାନ୍ତି, ସାବିତ୍ରୀ ଦାଶ, ପ୍ରମୋଦିନୀ ସାହୁ,ରଂଜିତା ଶିଅଳ,ବିଦ୍ୟୁତଲତା ଦାସ, ସୁଶାନ୍ତ ଜେନା, ଇତିଶ୍ରୀ ସାହୁ ପ୍ରମୁଖ ଶିକ୍ଷୟତ୍ରୀ, ଶିକ୍ଷକମାନେ ଯୋଗ ଦେଇ ବକ୍ତବ୍ୟମାନ ପ୍ରଦାନ କରିଥିଲେ ।ଏହି ଅବସରରେ ଜାତୀୟ ଆୟ ଭିତ୍ତିକ ମେଧାବୃତ୍ତି ପରୀକ୍ଷାରେ ଜିଲ୍ଲାରେ ରେକର୍ଡ଼ ସୃଷ୍ଟି କରି କୃତିତ୍ୱ ଅର୍ଜନ କରିଥିବା ୧୨ ଜଣ ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ବେଟି ବଚାଓ, ବେଟି ପଢ଼ାଓ କାର୍ଯ୍ୟକ୍ରମରେ ଅନୁଷ୍ଠିତ ପ୍ରତିଯୋଗୀତାରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।