IMG 20260630 WA0200

ଏସିପି ଓ ମନରେଗା ସହାୟକମାନଙ୍କ ବଦଳି ଦାବିକୁ ନେଇ ଅତିରିକ୍ତ ଜିଲ୍ଲପାଳଙ୍କୁ ଦାବିପତ୍ର ପ୍ରଦାନ 

ରାଜ୍ୟ
ବାରିପଦା : ଜିଲ୍ଲାପାଳ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ, ମନରେଗା, ମୟୁରଭଞ୍ଜ ଙ୍କୁ   ଜିଲ୍ଲାର ସମସ୍ତ ବ୍ଲକରେ ଏସିପି ଓ ମନରେଗା ସହାୟକ ମାନଙ୍କ ବର୍ଷ ବର୍ଷ ଧରି ବଦଳି ନ ହେବା ଯୋଗୁଁ ଅରାଜକତା ସମ୍ବନ୍ଧରେ ମିଳିତ ବିରୋଧୀ ଦଳ କଂଗ୍ରେସ, ସିପିଆଇ, ସିପିଏମ ତରଫରୁ ଅତିରିକ୍ତ ଜିଲ୍ଲପାଳ ଶ୍ରୀଯୁକ୍ତ ଦୁଃଖବନ୍ଧୁ ନାୟକ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଅଛି ।
      ଜିଲ୍ଲା ମନରେଗା ପ୍ରକଳ୍ପ ସଂଯୋଜକ ଭାବେ ସମ୍ପୁର୍ଣ୍ଣ ଅବଗତ ଯେ, ଉକ୍ତ ଯୋଜନାରେ ବ୍ଲକରେ କାର୍ଯ୍ୟରତ ଏସିପି ଓ ମନରେଗା ସହାୟକମାନେ ଗୋଟିଏ ଗୋଟିଏ ବ୍ଲକରେ ଦୀର୍ଘ ୧୫ ରୁ ୨୦ ବର୍ଷ ଧରି ରହି ଆସିଥିବା ଦେଖାଯାଇଛି। ସେମାନଙ୍କ ନିଯୁକ୍ତି ଏଜେନ୍ସୀ ଦ୍ବାରା ହୋଇଥିଲେ ସୁଦ୍ଧା, ଗୋଟିଏ ସ୍ଥାନରେ ଦୀର୍ଘ ବର୍ଷ ରହିବା ଫଳରେ ସରକାରୀ କାମରେ ସ୍ବଚ୍ଛତା ରହୁନାହିଁ ଏବଂ ହିତାଧିକାରୀମାନେ ବିଭିନ୍ନ ସମୟରେ ଅସନ୍ତୁଷ୍ଟ ପ୍ରକାଶ କରୁଥିବାର ଦେଖିବାକୁ ମିଳୁଛି। କିଛି କର୍ମଚାରୀ ଯୋଜନାର ବ୍ଲକସ୍ତରୀୟ ଅଧିକାରୀଙ୍କୁ କାମରେ ସହଯୋଗ କରିବା ପରିବର୍ତ୍ତେ ବେପରୁଆ ମନୋଭାବ ଓ ଅସୁସ୍ଥ ଆଚରଣ ପ୍ରଦର୍ଶନ କରୁଥିବାର ଅଭିଯୋଗ ସାଧାରଣରେ ଆଲୋଚନା ହେଉଛି। ଗୋଟିଏ ସ୍ଥାନରେ ଦୀର୍ଘ ବର୍ଷ ରହିବା ଦ୍ଵାରା, ପରୋକ୍ଷ ଦୁର୍ନୀତିରେ କିଛି ଅଧିକାରୀ ନିୟୋଜିତ କରିବା ମନେ ହେଉଛି। ଅଧିକନ୍ତୁ, କିଛି କର୍ମଚାରୀ ନିଜ ବ୍ଲକରେ ରହି ଠିକାଦାରୀ ଓ ରାଜନୈତିକ କାର୍ଯ୍ୟକଳାପରେ ସଂପୃକ୍ତ ଥିବା ସତ୍ତ୍ବେ, ପ୍ରଶାସନିକ ଅଧିକାରୀ ନୀରବ ରହିବା ସହିତ ଲୋକଙ୍କ ସରକାରର କାର୍ଯ୍ୟ ଶୈଳୀ ଓ ସ୍ୱଚ୍ଛତା ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବ୍ଲକରେ ସମସ୍ତ କର୍ମଚାରୀମାନଙ୍କ ବଦଳି ପ୍ରକ୍ରିୟା ନିର୍ଧାରିତ ସମୟସୀମା ମଧ୍ୟରେ ହେଉଥିଲେ ହେଁ,ଏସିପି ଓ ମନରେଗା ସହାୟକ ମାନଙ୍କ ବଦଳି ନ ହେବା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନୀରବତାକୁ ପ୍ରଶ୍ନ କରୁଛି ଏବଂ ଏଜେନ୍ସୀ ସହ ହେଉଥିବା ଚୁକ୍ତି ପ୍ରକ୍ରିୟାରେ କୌଣସି ଅସ୍ୱଚ୍ଛତା ହେଉଛି କି ନାହିଁ  ତାହାର ନିରପେକ୍ଷ ତଦନ୍ତ କରାଯିବାକୁ ବୁଦ୍ଧିଜୀବୀ ଓ ସର୍ବସାଧାରଣଙ୍କ ପକ୍ଷରୁ ଦାବି କରାଯାଇଛି ବୋଲି ଦାବିପତ୍ର ରେ ଉଲେଖ କରାଯାଇଅଛି ।
ଆଜିର ଏହି ଦାବିପତ୍ର ସମୟରେ କଂଗ୍ରେସ ତରଫରୁ ଶାନ୍ତନୁ ପାଲ, ସୁସ୍ମିତା ଘୋଷଲ,ଦେବରାଜ ମିଶ୍ର,ବନମାଳୀ ବାରିକ,ନିହାର ରଞ୍ଜନ ମଢୁଆଲ,ଭବାନୀ ଶଙ୍କର ସାହୁ,ଗୋସାଇଁ ଚରଣ ମହାନ୍ତ, ରତିକାନ୍ତ ଚୌଧୁରୀ,ସିପିଆଇ ତରଫରୁ ଜଗବନ୍ଧୁ ମିଶ୍ର, ଶ୍ରୀକାନ୍ତ ସାମଲ, ମଦନ ମୋହନ ଦାସ,ସିପିଏମ ର ରବି ଗୋସ୍ୱାମୀ ପ୍ରମୁଖ ଉପସ୍ଥିତ ଥିଲେ ।