Onn 3

ମହିଧରପଡା ଗ୍ରାମରେ ହନୁମାନ ମନ୍ଦିର ପ୍ରତିଷ୍ଠାର ୨୧ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

State

କଟକ ସଦର : କଟକ ସଦର ଥାନା ଅନ୍ତର୍ଗତ ନଗରୀ ପଞ୍ଚାୟତର ମହିଧରପଡା ଗ୍ରାମରେ ହନୁମାନ ମନ୍ଦିର ପ୍ରତିଷ୍ଠାର ୨୧ ତମ ବାର୍ଷିକ ଉତ୍ସବ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଛି । ସକାଳୁ ହନୁମାନଙ୍କ ସ୍ନାନ ନୀତିକାନ୍ତି ଶେଷ ହେବାପରେ ହନୁମାନ ଚାଳିଶା ପାଠ ସାଙ୍ଗକୁ ହୋମ ଯଞ କରାଯାଇଥିଲା । ସନ୍ଧ୍ୟାରେ ପୂର୍ଣ୍ଣ ଆହୁତି ଦିଆଯାଇ ଯଞ କାର୍ଯ୍ୟ ଶେଷ ହୋଇଥିଲା ।

ଆତସ ବାଜି ପ୍ରଦର୍ଶନ ସାଙ୍ଗକୁ ଆଖପାଖ ଅଞ୍ଚଳର ଛ ଗୋଟି ସଂକୀର୍ତ୍ତନ ମଣ୍ଡଳୀ ଯୋଗ ଦେଇ ସଂକୀର୍ତ୍ତନ ପରିବେଷଣ କରିଥିଲେ । ଏହି ଉତ୍ସବରେ ଆଖପାଖ ଅଞ୍ଚଳର ମୁରବୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବକ୍ତି ଯୋଗଦାନ କରିଥିଲେ । ଦୁଇ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

ଗ୍ରାମର ଉତ୍ସାହୀ ଯୁବଙ୍କ ପକ୍ଷରୁ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ଗ୍ରାମର ବୟଜ୍ୟେଷ୍ଠ ବ୍ୟକ୍ତି ମାନେ ଯୁବକ ମାନଙ୍କୁ ଏହି କାର୍ଯ୍ୟରେ ସହଯୋଗ କରିଥିଲେ ।

(କଟକ ସଦରରୁ ବୁଲୁ ପିତ୍ରଙ୍କ ରିପୋର୍ଟ )