Onn 3

ବନ ବିଭାଗ ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳନ

State

ଗଜପତି: ଗଜପତି ଜିଲ୍ଲା ମୋହନା ବ୍ଲକ ସାନଖଣି ଗ୍ରାମ ଠାରେ ସୋମବାର ମୋହନା ବନ ବିଭାଗ ପକ୍ଷରୁ ବିଶ୍ବ ପରିବେଶ ଦିବସ ପାଳନ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ କେଶବ ଚନ୍ଦ୍ର ମଲ୍ଲିକ, ବନ ବିଭାଗ ଅଧିକାରୀଣି କଳ୍ପନା ନାୟକ, ଯୋଗ ଦେଇଥିଲେ ଏଥିରେ ଅଞ୍ଚଳ ସମସ୍ତ ଜନ ସାଧାରଣ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକ ଙ୍କୁ ଜଙ୍ଗଲ ସୁରକ୍ଷା ସମ୍ପର୍କ ରେ ସଚେତନତା କାରା ଯାଇଛି l

ଜଙ୍ଗଲ କୁ ସୁରକ୍ଷା ଦେବା,ବୃକ୍ଷ ରୋପଣ କରି ଯତ୍ନ ନେବା, ନିଜ ଜଙ୍ଗଲ ନିଜେ ସୁରକ୍ଷା ଦେବା,ଜଙ୍ଗଲ ରେ ନିଆଁ ଲଗାଇବା ନାହିଁ ପ୍ଲାଷ୍ଟିକ ବସ୍ତୁ ବେବହାର କରିବା ନାହିଁ ବୋଲି ଶପଥ ନେଇଥିଲେ କାର୍ଯ୍ୟକ୍ରମ ରେ ଉପସ୍ଥିତ ଜନସାଧାରଣ l ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ ରେ ଫରେଷ୍ଟର, ଦେବାଶିଷ ଶତପଥୀ, ବର୍ଷା ପଟ୍ଟନାୟକ, ଗଙ୍ଗାଧର ଭୂଇଁ , ସମେତ ବନ କର୍ମୀ ଉପସ୍ଥିତ ଥିଲେ l