Defult onn2

କଟିକଟା ଓ ସୁକରପଡ଼ା ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ

State

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକ ଅଧିନସ୍ଥ କଟିକଟା ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ପଞ୍ଚାୟତରେ ହୋଇଥିବା ବିକାଶ କାର୍ଯ୍ୟର ପୁସ୍ତିକା ବଣ୍ଟନ ଏବଂ ବିଜେଡ଼ି ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସଂକ୍ରାନ୍ତ ସଚେତନତା ଅନୁଷ୍ଠିତ ହୋଇଛି । ସରପଞ୍ଚ ଚିତ୍ତରଂଜନ ମଲିକଙ୍କ ସଭାପତିତ୍ୱରେ ଉକ୍ତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ,ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ପ୍ରାକ୍ତନ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର, ବ୍ଲକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି,ଜୋନ୍ ସଭାପତି ଜ୍ୟୋତିପ୍ରକାଶ ସ୍ୱାଇଁ, ଜିଲ୍ଳାପରିଷଦ ସଭ୍ୟା ଜସ୍ମିତା ସେଠୀ,ସାମ୍ବାଦିକ ମନୋରଂଜନ ଭୂୟାଁ,ରଘୁନାଥ ସିଂ,ପ୍ରତାପ ଶତପଥୀ,ସମିତିସଭ୍ୟ ଦିଲ୍ଲୀପ କାଣ୍ଡି,ଶିକ୍ଷାବିତ୍ ଶରତଚନ୍ଦ୍ର ମହାନ୍ତି,ପିଇଓ ସୁଜୟ ବେହେରା ପ୍ରମୁଖ ଯୋଗ ଦେଇ ବିଜେଡ଼ିର ବିକାଶମୂଳକ କାର୍ଯ୍ୟକ୍ରମ ଓ ସୁଶାସନ ସମ୍ପର୍କରେ ଆଲୋକପାତ କରିଥିଲେ ।

ସେହିପରି ଭାବେ ସୁକରପଡ଼ା ପଞ୍ଚାୟତରେ ମନୋଜ କୁମାର ମଲିକଙ୍କ ସଭାପତିତ୍ୱରେ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ,ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ପ୍ରାକ୍ତନ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର, ବ୍ଲକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି,ଜୋନ୍ ସଭାପତି ଜ୍ୟୋତିପ୍ରକାଶ ସ୍ୱାଇଁ, ଜିଲ୍ଳାପରିଷଦ ସଭ୍ୟା ଜସ୍ମିତା ସେଠୀ, ସମିତିସଭ୍ୟା ଅନ୍ନପୂର୍ଣ୍ଣା ମଲିକ,ଯୁବନେତା ମୃତ୍ୟୁଞ୍ଜୟ ସ୍ୱାଇଁ,ସେକ୍ କଲାମୁଦ୍ଦିନ୍ ଖାଁ,ପ୍ରଧାନଶିକ୍ଷକ ସୌଭାଗ୍ୟ ବରାଳ,ସମବାୟ ସମିତି ସଭାପତି ସେକ୍ ସଲାଉଦ୍ଦିନ୍ , ମିର୍ଜା ଅବୁଲ ବେଗ ପ୍ରମୁଖ ଯୋଗ ଦେଇ ବିଜେଡ଼ିର ବିକାଶମୂଳକ କାର୍ଯ୍ୟକ୍ରମ ଓ ସୁଶାସନ ସମ୍ପର୍କରେ ଆଲୋକପାତ କରିଥିଲେ ।

Sukarpada Gp Re Ama Odisha Nabin Odisha Karjyakrama