Orti Gp Re Ama Odisha Nabin Odisha Karjyakrama

ଓରତି ଓ ଜମରା ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ

State

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକ ଅଧିନସ୍ଥ ଓରତି ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ପଞ୍ଚାୟତରେ ହୋଇଥିବା ବିକାଶ କାର୍ଯ୍ୟର ପୁସ୍ତିକା ବଣ୍ଟନ ଏବଂ ବିଜେଡ଼ି ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସଂକ୍ରାନ୍ତ ସଚେତନତା ଅନୁଷ୍ଠିତ ହୋଇଛି । ଜିଲ୍ଲାପରିଷଦ ସଭ୍ୟ ଭୂପତିଭୂଷଣ ଷଣ୍ଢ ଙ୍କ ସଂଯୋଜନା ଓ ସରପଞ୍ଚ ସରୋଜିନୀ ବେହେରା ସଭାପତିତ୍ୱରେ ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗ ଦେଇ ବିଜେଡ଼ିର ବିକାଶମୂଳକ କାର୍ଯ୍ୟକ୍ରମ ଓ ସୁଶାସନ ସମ୍ପର୍କରେ ଆଲୋକପାତ କରିଥିଲେ ।

ଏଥ୍‌ôରେ ଅନ୍ୟତମ ଅତିଥି ଭାବେ ବିଡ଼ିଓ ଧର୍ମରଂଜନ ପଣ୍ଡା, ବ୍ଲକ କୃଷି ଅଧିକାରୀ ସିଦ୍ଧାର୍ଥସାରଥୀ ପରିଡ଼ା,ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ,ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ପ୍ରାକ୍ତନ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର,ଜୋନ୍ ସଭାପତି ଜ୍ୟୋତିପ୍ରକାଶ ସ୍ୱାଇଁ,ଅଭିରାମ ବିଶ୍ୱାଳ,ଯୁବନେତା ମନୋଜ ସେଠୀ, ନାଏବ ସରପଞ୍ଚ ରମେଶ ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ଜମରା ପଞ୍ଚାୟତରେ ସରପଞ୍ଚ ବନ୍ଦନାମୟୀ ତ୍ରିପାଠୀଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା , ଯୁବନେତା ଆଶୁତୋଷ ତ୍ରିପାଠୀ, ସମିତିସଭ୍ୟା ମେନକା ବଳ, ପଞ୍ଚାୟତ ସଭାପତି ସୁଦାମ ବଳ, ଚନ୍ଦ୍ରମଣୀ ତ୍ରିିପାଠୀ, ରତ୍ନାକର ସ୍ୱାଇଁ,ରାସବିହାରୀ ଦାସ,କୃଷ୍ଣଚନ୍ଦ୍ର କାମଳା, ଜଗବନ୍ଧୁ ବେହୁରା, ଗୌରାଙ୍ଗ ଚନ୍ଦ୍ର ଜେନା ପ୍ରମୁଖ ଯୋଗ ଦେଇଥିଲେ ।

Jamara Gp Re Ama Odisha Nabin Odisha Karjyakrama