Img 20240724 Wa0181

ପି ଆର ଏମ ମେଡିକାଲ କଲେଜ ଅବ୍ୟବସ୍ଥାର ତୁରନ୍ତ ପ୍ରତିକାର ସମ୍ବନ୍ଧରେ ସୁପରିଟେଣ୍ଡେଣ୍ଟଙ୍କୁ ଭଞ୍ଜସେନା ପକ୍ଷରୁ ଦାବିପତ୍ର ପ୍ରଦାନ

State

ବାରିପଦା : ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲାର ଜନସାଧାରଣ ଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇଦେବା ଲାଗି ଦୀର୍ଘ ଦିନର ଆନ୍ଦୋଳନ ଫଳରେ ବାରିପଦା ରେ ସ୍ଥାପିତ ହେଲା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜ, ସ୍ଥାପନ ହେବାର ଦୀର୍ଘ ସମୟ ବିତିଯାଇଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ରୋଗୀ ମାନେ ସଠିକ ଚିକିତ୍ସା ପାଇପାରୁନାହାନ୍ତି |କିଛି ଦିନର ଅବ୍ୟବସ୍ଥା କୁ ଦେଖି ଆଜି ଜିଲ୍କାର ଏକମାତ୍ର ସଂଗ୍ରାମୀ ଯୁବଛାତ୍ର ସଂଗଠନ ଭଞ୍ଜସେନା ପକ୍ଷରୁ ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ଆହ୍ୱାନ କ୍ରମେ ଏକ ପ୍ରତିନିଧି ଦଳ ମେଡିକାଲ କଲେଜ ସୁପରିଟେଣ୍ଡେଣ୍ଟ ପ୍ରଫେସର ରବୀନ୍ଦ୍ର କୁମାର ମିଶ୍ର ଙ୍କୁ ଭେଟି ନିମ୍ନ ଲିଖିତ ଦାବୀ ଗୁଡିକୁ ଯଥାଶୀଘ୍ର ପୂରଣ କରିବା ପାଇଁ ଦୃଢ଼ ଦାବୀ ଜଣାଇଥିଲେ | ଦାବିଗୁଡିକ ହେଉଛି-

(1)ବ୍ୟାଟେରୀ ଗାଡି ୨୪ ଘଂଟା ଚାଲିବା ଦରକାର,
(୨)ଷ୍ଟ୍ରେଚର ସଂଖ୍ୟା ବୃଦ୍ଧି ସହିତ ଆଟେଣ୍ଡେଣ୍ଟ ମଧ୍ୟ ସେହି ଅନୁସାରେ ରଖାଯାଉ ,
(୩)ଆଉଟଡୋର ଏମାରଜେନସି ରୋଗୀକୁ ଅଲ୍ଟ୍ରାସାଉଣ୍ଡ ପାଇଁ ୨/୩ ମାସ ପରେ ସମୟ ନ ଦେଇ ସେହିଦିନ ହିଁ କରାଯାଉ ,
(୪)ହସ୍ପିଟାଲ ରେ ଥିବା ଇନଡୋର ରୋଗୀ ମାନଙ୍କ ପାଖକୁ ଇସିଜି ମେସିନ ପଠାଯାଉ ,
(୫)ଶୁକ୍ରବାର ସଂଧ୍ୟା ପରଠାରୁ ରବିବାର ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ କୌଣସି ଡାକ୍ତର ରହୁନାହାନ୍ତି, କେବଳ ହାଉସ ସର୍ଜନ ମାନେ ହିଁ ରହୁଛନ୍ତି |ଯାହାଫଳରେ ରୋଗୀମାନେ ଡାକ୍ତର ସେବା ପାଇ ପାରୁନାହାନ୍ତି।ତେଣୁ ଏହାପ୍ରତି ବେଶେଷ ଧ୍ୟାନ ଦେଇ ଆବଶ୍ୟକ ଡାକରଙ୍କୁ ରଖାଯାଉ,
(୬)ସାତ ମହଲା ରେ ଥିବା ମହିଳା ପ୍ରସ୍ତୁତି ବିଭାଗ ର ଆଉଟଡୋର ସଖାଳ ୮.୩୦ ମିନିଟ ସମୟରେ ଖୋଲା ହେବା ସତ୍ବେ ଡାକ୍ତର ମାନେ ସଖାଳ ୧୦ ଟା ପର୍ଯ୍ୟନ୍ତ ଉପସ୍ଥିତ ରହୁନାହାନ୍ତି।ଏହା ପ୍ରତି ତାଗିତ କରାଯାଉ,
(୭)ଶବ ଗୃହ ମଧ୍ୟରେ ୨ ଟି ମେସିନ ଖରାପ ଥିବାରୁ ଦୁର୍ଗନ୍ଧ ସୃଷ୍ଟି ହେଉଛି,ଯଥାଶୀଘ୍ର ତାର ସମାଧାନ କରାଯାଉ
(୮)ମେଡିକାଲ ଚତୁର୍ପାର୍ଶ୍ଵ ସଫା ରଖିବା ସହିତ ବୃକ୍ଷ ରୋପଣ କରି ସବୁଜ ସୁନ୍ଦର କରାଯାଉ ଯାହାଦ୍ଵାରା ରୋଗୀ ମାନେ ଏକ ସୁସ୍ଥ ପରିବେଶ ପାଇପାଇବେ,
(୯)ପ୍ରତ୍ୟେକ ବିଭାଗରେ ଖାଲି ପଡ଼ିଥିବା ଡାକ୍ତର ଏବଂ ଅନ୍ୟାନ୍ୟ ପଦୋବି ଗୁଡ଼ିକ ତୁରନ୍ତ ପୂରଣ କରାଯାଉ,
(୧୦) ରୋଗୀ ମାନଙ୍କୁ ଅପରେସନ ପାଇଁ ତାରିଖ ଦବା ସତ୍ତ୍ୱେ ସେହି ତାରିଖରେ ତାଙ୍କର ଅପରେସେନ୍ କରାନଯାଇ ତାଙ୍କୁ ବାରମ୍ବାର ନିରାଶ କରାଯାଉଅଛି,ଏହାର ସ୍ଥାୟୀ ସମାଧାନ କରାଯାଉ।

ଭଞ୍ଜସେନା ଜିଲ୍ଲା ସଭାପତି ପିଣ୍ଟୁ ମାଈତିଙ୍କ ନେତୃତ୍ୱରେ ଉକ୍ତ ଦାବୀପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ ନିମାଇଁ ତ୍ରିପାଠୀ, ଜିଲ୍ଲା ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା, ଓବିସି ଶାଖା ସଭାପତି ରାକେଶ ବେହେରା, ମହିଳା ଶାଖା ସଭାନେତ୍ରୀ କନିକା ବୋଷ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ସାମନ୍ତ ଶେଖର ପାଲ,ଜିଲ୍ଲା ଯୁବଛାତ୍ର ସଂଯୋଜକ ଏସ କେ ରାଜାଖାନ,ବାରିପଦା ଉପଖଣ୍ଡ ସଭାପତି ଜ୍ୟୋତିରଞ୍ଜନ ପୃଷ୍ଟି, ବାରିପଦା ସହର ସଭାପତି ରାକେଶ ମହାନ୍ତି, ଜିଲ୍ଲା ସଂଗଠନ ସମ୍ପାଦକ ଗଣେଷ ମହାନ୍ତି, ଜିଲ୍ଲା ମହିଳା ଶାଖା କାର୍ଯ୍ୟକାରୀ ସଭାନେତ୍ରୀ ସୋନାଲି ସୋରେନ, ସମ୍ପାଦିକା ସୁଭଦ୍ରା ହେମ୍ବ୍ରମ, ବାରିପଦା ସହର ସଭାନେତ୍ରୀ ରୁପାଲୀ ରୂପନୀତା ବେହେରା, ସଞ୍ଜୟ ମାହାନା, ସଞ୍ଜୟ ମହାନ୍ତ, ସୋ୍ମ୍ୟରଞ୍ଜନ ଦାଶବାବୁ, ସୁରଜ୍ ବିନ୍ଧାଣି,ରବୀନ୍ଦ୍ର ଦଳେଇ,ସୋନୁ ରାମ, ସତ୍ୟ ପୃଷ୍ଟି, ବିଶ୍ୱଜିତ୍ ପ୍ରଧାନ, ଧର୍ମେନ୍ଦ୍ର ମହାନ୍ତ, ସିଦ୍ଧାର୍ଥ ପଟବନ୍ଧା, ସତ୍ୟପ୍ରକାଶ ବୋଲ, ବଣ୍ଟି ସିଂ ପ୍ରମୁଖ ସାମିଲ ହୋଇଥିଲେ l ତ ଯଦି ଆଗାମୀ ଦିନରେ ସ୍ୱାସ୍ଥ୍ୟ ଜନିତ ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥାଏ ତେବେ ସଂଗଠନ ରାଜରାସ୍ତାକୁ ଓଲ୍ହାଇବ ବୋଲି ମୁଖପାତ୍ର ମାନସ ବେହେରା ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି |