Onn 3

ଓଏନଏନ ପ୍ରଭାବ: କଲ୍ୟାଣମଣ୍ଡପ ନିର୍ମାଣ ନିମନ୍ତେ ବିଭାଗୀୟ ତତ୍ପରତା

State

ଆଗରପଡ଼ା:ଗତ ସେପ୍ଟେମ୍ବର ମାସ ୮ ତାରିଖ ଶୁ୍‌କ୍ରବାର “ଅର୍ଥ ମଂଜୁର ପରେ ବି ପ୍ରକଳ୍ପ ଅନିଶ୍ଛିତ”ଶୀର୍ଷକ ଖବର ‘ଓଏନଏନ’ରେ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବା ପରେ ଉକ୍ତ କଲ୍ୟାଣମଣ୍ଡପ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ବିଭାଗ ପକ୍ଷରୁ ତପ୍‌ôରତା ପ୍ରକାଶ ପାଇଥିବା ଜଣାପଡ଼ିଛି । ଗ୍ରାମାଂଚଳରେ ବସବାସ କରୁଥିବା ବିଭିନ୍ନ ବର୍ଗର ଲୋକଙ୍କ ଆର୍ଥିକ ଅବସ୍ଥାକୁ ଆଖି ଆଗରେ ରଖି ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଦୂର ଦୃଷ୍ଟିର ଅଭାବ ଯୋଗୁଁ ଯୋଜନାର ସଫଳ ରୂପାୟନ ହୋଇପାରୁ ନଥିବା ଭଦ୍ରକ ଜିଲା ବନ୍ତ ବ୍ଲକ ପୁରୁଷଣ୍ଢ ପଂଚାୟତର କଲ୍ୟାଣମଣ୍ଡପ ନିର୍ମାଣ କ୍ଷେତ୍ରରେ ଉପୁଜିଥିବା ସମସ୍ୟାରୁ ସ୍ପଷ୍ଟ ବାରି ହୋଇପଡ଼ୁଥିଲା ।

୨୦୧୮-୧୯ ଆର୍ଥିକ ବର୍ଷରେ ପଂଚାୟତ ସମିତି ବନ୍ତ ପକ୍ଷରୁ ଉକ୍ତ ପଂଚାୟତରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ରାଜ୍ୟ ଅର୍ଥ କମିଶନ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ମଂଜୁର କରାଯାଇଥିଲା । ଉକ୍ତ ପ୍ରକଳ୍ପକୁ ୫ବର୍ଷ ପୁରିଯାଇଥିଲେ ସୁଦ୍ଧା ପ୍ରକଳ୍ପଟି ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଥିଲା । କାମ ନ ସରୁଣୁ ବାରମ୍ବାର କାନ୍ଥ ଫାଟୁଥିବାରୁ ସାଧାରଣରେ ଉକ୍ତ ପ୍ରକଳ୍ପର ସଫଳ ରୂପାୟନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଥିଲା । ପରେ ଉକ୍ତ କଲ୍ୟାଣମଣ୍ଡପ ସମସ୍ୟାକୁ ନେଇ ‘ସକାଳ’ରେ ଖବର ପ୍ରକାଶିତ ହେବା ପରେ ଗତ ଜୁଲାଇ ମାସ ୧୪ ତାରିଖରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସମୟସୀମା ମଧ୍ୟରେ ନିର୍ମାଣ କାର୍ଯ୍ୟ ସମୂର୍ଣ୍ଣ ନହେବାରୁ ଉକ୍ତ କଲ୍ୟାଣମଣ୍ଡପ ନିର୍ମାଣ ନିମନ୍ତେ ମଂଜୁର ଅର୍ଥ ଫେରସ୍ତ ହୋଇଯିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଥିବା ଖବର ‘ଓଏନଏନ’ରେ ପ୍ରକାଶ ପାଇବା ପରେ ଇତି ମଧ୍ୟରେ ଊକ୍ତ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା ଗଣାପଡ଼ିଛି ।