Onn 3

ଓଏନଏନ ପ୍ରଭାବ: କାର୍ଯ୍ୟକ୍ଷମ ହେବାକୁ ଯାଉଛି ମାର୍କେଟ କମ୍ପେ୍ଲକ୍ସ

State

ଆଗରପଡ଼ା,୨୦/୧୧:ଗତ ସେପ୍ଟେମ୍ବର ମାସ ୧୭ ତାରିଖ ରବିବାର “୭ ବର୍ଷ ପୂରିଲା କାର୍ଯ୍ୟାଦେଶ; କାର୍ଯ୍ୟକ୍ଷମ ହୋଇପାରୁନି ମାର୍କେଟ କମ୍ପେ୍ଲକ୍ସ” ଶୀର୍ଷକ ଖବର ‘ଓଏନଏନ’ରେ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପରେ ଇତି ମଧ୍ୟରେ ଓଡ଼ଙ୍ଗ ପଂଚାୟତ ଓଡ଼ଙ୍ଗ ଗ୍ରାମରେ ନିର୍ମିତ ହୋଇ ପଡ଼ିରହିଥିବା ଗୃହ କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଉକ୍ତ କମ୍ପେ୍ଲକ୍ସର ଏକ ଗୃହରେ ଜନସେବା କେନ୍ଦ୍ର ଖୋଲିବାକୁ ଯାଉଥିବା ଜଣାପଡ଼ିଛି । ସରକାରଙ୍କ ତରଫରୁ ପ୍ରତି ପଂଚାୟତରେ ମାର୍କେଟ କଂପ୍ଲେକ୍ସ ନିର୍ମାଣ କରାଯିବାର ଯୋଜନା ଥିବାରୁ ୨୦୧୬-୧୭ ଆର୍ଥିକ ବର୍ଷରେ ବନ୍ତ ବ୍ଲକ ଅନ୍ତର୍ଗତ ଜାମବଣୀ ଛକ ଠାରେ ପଂଚାୟତ ସମିତି ଭଦ୍ରକ ଆନୁକୁଲ୍ୟରେ କାଉପୁର ପଂଚାୟତ ତରଫରୁ ସିଏଫସି ପାଣ୍ଠିରୁ ମଂଜୁର ହୋଇଥିବା ୪ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଉକ୍ତ ପକଳ୍ପ ଆରମ୍ଭ ହୋଇଥିଲା କିନ୍ତୁ ପରବର୍ତ୍ତୀ ମୂହୂର୍ତ୍ତରେ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଗୃହ ନିର୍ମାଣ ସଂପୂର୍ଣ୍ଣ ହୋଇପାରି ନଥିଲା ।

ଏହାକୁ ସଂପୂର୍ଣ୍ଣ କରିବା ପାଇଁ ୨୦୧୯-୨୦ ଆର୍ଥିକ ବର୍ଷରେ ଏସଏଫସି ପାଣ୍ଠିରୁ ପୁଣି ୨ ଲକ୍ଷ ଟଙ୍କା ମଂଜୁର କରାଯାଇଥିଲା । ୬ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିଲେ ସୁଦ୍ଧା କଂପ୍ଲେକ୍ସଟି କାର୍ଯ୍ୟକ୍ଷମ ହୋଇପାରୁନଥିଲା । ଉକ୍ତ ଖବର ବାରମ୍ବାର ‘ସକାଳ’ରେ ପ୍ରକାଶ ପାଇବା ପରେ କଂପ୍ଲେକ୍ସରେ ଥିବା ୩ଗୋଟି ଗୃହ ମଧ୍ୟରୁ ଗୋଟିଏ ଗୃହ କାର୍ଯ୍ୟକ୍ଷମ ହୋଇଥିବା ଜଣାପଡ଼ିଛି । ସେହିପରି ଓଡ଼ଙ୍ଗ ପଂଚାୟତ ଓଡ଼ଙ୍ଗ ଗ୍ରାମରେ ପଂଚାୟତ ସମିତି ବନ୍ତ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷରେ ସିଏଫସି ପାଣ୍ଠିରୁ ୨ଲକ୍ଷ୧୬ହଜାର୯୨ଟଙ୍କା ବ୍ୟୟରେ ନିର୍ମିତ ମାର୍କେଟ କଂପ୍ଲେକ୍ସ ବ୍ୟବହାର ଯୋଗ୍ୟ ହୋଇନପାରି ଗୋରୁଗାଈଙ୍କ ବିଶ୍ରାମସ୍ଥଳୀ ପାଲଟିଥିଲା ଖବର ପ୍ରକାଶ ପାଇବା ପରେ ଇତି ମଧ୍ୟରେ ନିର୍ମାଣାଧିନ ୪ଗୋଟି ଗୃହମଧ୍ୟରୁ ଗୋଟିଏ ଗୃହରେ ଜନସେବା କେନ୍ଦ୍ର ଖୋଲିବାକୁ ଯାଉଥିବା ଜଣାପଡ଼ିଛି । ସେହିପରି ଗୋପିନାଥପୁର ପଂଚାୟତ ପକ୍ଷରୁ ଆଗରପଡ଼ା ବଜାରଠାରେ ନିର୍ମିତ ମାର୍କେଟ କଂପ୍ଲେକ୍ସ ମଧ୍ୟ ନିର୍ମିତ ହେବାର ବର୍ଷାଧିକ କାଳ ପରେ ମଧ୍ୟ ବ୍ୟବହାର ହୋଇପାରି ନାହିଁ । ବିଭାଗୀୟ ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ ଏହିପରି ଅନେକ ପଂଚାୟତରେ ନିର୍ମିତ ମାର୍କେଟ କମ୍ପେ୍ଲକ୍ସ କାର୍ଯ୍ୟକ୍ଷମ ହୋଇନପାରି ପଡ଼ିରହିଛି । ତେଣୁ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବା ସହ ଉକ୍ତ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଥିବା ଖବର ‘ଓଏନଏନ’ରେ ପ୍ରକାଶ ପାଇଥିଲା ।