Zillapala

ସରକାରୀ ବୈଠକରେ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

State

ବାରିପଦା:  ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକୁ ପ୍ଲାଷ୍ଟିକ ମୁକ୍ତ କରିବାପାଇଁ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଏକ ଦୃଢ ପଦକ୍ଷେପ ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ କାର୍ଯ୍ୟାଳୟ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛିଯେ କୌଣସି ସରକାରୀ ବୈଠକ କିମ୍ବା ସମ୍ମିଳନୀରେ ପ୍ଲାଷ୍ଟିକ କପ, ପ୍ଲେଟ ଆଦିର ବ୍ୟବହାର କରାଯିବ ନାହିଁ। ଏଥି ନେଇ ଜିଲ୍ଲାପାଳ ଏକ ପତ୍ର ମାଧ୍ୟମରେ କହିଛନ୍ତି ଯେ “ପ୍ଲାଷ୍ଟିକରେ ଥିବା କେମିକାଲ ପରିବେଶ ପାଇଁ ସମସ୍ୟା। ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଯଥା ଚା କପ, ଗ୍ଲାସ, ଫୁଲ, ଷ୍ଟ୍ର,ପାଣି ବୋତଲ ଇତ୍ୟାଦିରେ ପ୍ଲାଷ୍ଟିକର ବ୍ୟବହାରକୁ ହ୍ରାସ କରିବା ଜରୁରୀ ଅଟେ। ତେଣୁ ସମସ୍ତ ସରକାରୀ ବୈଠକରେ ହସ୍ତତନ୍ତ ସାମଗ୍ରୀ ବ୍ୟବହାର ଏବଂ ଏହାକୁ ପ୍ରୋତ୍ସାହିତ କରିବା ଆବଶ୍ୟକଯାହା ଜୈବ ଅବକ୍ଷୟ ମଧ୍ୟ ଅଟେ। ଯାହାଫଳରେ ଆମେ ସିଧାସଳଖ ଓଡିଶାର ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ଲାଭଦାୟକତା ବୃଦ୍ଧି କରିପାରିବା” ସୂଚନା ଥାଉକି, ଏହି ନିର୍ଦ୍ଦେଶକୁ ଜିଲ୍ଲାପାଳ ସମସ୍ତ ସରକାରୀ ବୈଠକରେ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ କହିଛନ୍ତି।