Onn 3

ଗାଁକୁ ରାସ୍ତା ନ ଥିବାରୁ ଷ୍ଟେଚରରେ ନଦୀ ପାର ହେଲେ ଗର୍ଭବତୀ ମହିଳା

State

WhatsApp-Image-2023-08-18-at-22.22.54-750x430

ରାୟଗଡା: ଥମିବାର ନା ଧରୁନି ଜନନୀ ଯନ୍ତ୍ରଣା । ସପ୍ତାହ ନ ବିତୁଣୁ ପୁଣି ଥରେ ଦେଖା ଦେଇଛି ରାୟଗଡା ଜିଲ୍ଲାରେ ଜନନୀ ଯନ୍ତ୍ରଣା । ରାସ୍ତା ଘାଟର ସୁବିଧା ନ ଥିବାରୁ ରୋଗୀ ଓ ଗର୍ଭବତୀ ମହିଳାମାନଙ୍କୁ ଷ୍ଟେଚର ସାହାଯ୍ୟରେ ନଦୀ ପାର ହେବାକୁ ପଡ଼ୁଛି । ଏବେ କଲ୍ୟାଣସିଂହପୁର ବ୍ଲକ ସିକରପାଇ ପଞ୍ଚାୟତର ତଳସାଜା ଗାଁର ଜଣେ ଗର୍ଭବତୀ ମହିଳାଙ୍କୁ ଷ୍ଟେଚର ସାହାଯ୍ୟରେ ନଦୀ ପାର କରି ହସପିଟାଲରେ ଭର୍ତ୍ତି କରାଯାଇଛି ।

ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିକରପାଇ ପଞ୍ଚାୟତର ତଳସାଜା ଗାଁର ଜୟରାମ ମିଣିଆକାଙ୍କ ସ୍ତ୍ରୀ କବିତା ମିଣିଆକାଙ୍କ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ସଙ୍ଗେ ସଙ୍ଗେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ସୂଚନା ଦେଇଥିଲେ । ହେଲେ ଆମ୍ବୁଲନ୍ସ ଠିକ୍ ସମୟରେ ପହଞ୍ôଚଥିଲେ ମଧ୍ୟ ଗାଁକୁ ରାସ୍ତା ନ ଥିବା ଯୋଗୁଁ ନାଗାବଳୀ ନଦୀ ଆର ପଟେ ଅଟକି ରହିଥିଲା । ପରେ ଗ୍ରାମର ଚାରି ଯୁବକ ମିତେଶ ମିଣିଆକା, ମାଲେସ ରାଓ ମିଣିଆକା, ଦାମୋଦର ମିଣିଆକା ଓ ରବି ମିଣିଆକା ମିଶି କବିତାଙ୍କୁ ଏକ ଷ୍ଟେଚରରେ ଦୁଇ କିମି ବୋହି ଆଣିବା ପରେ ନଦୀ ପାର କରାଇଥିଲେ । ପରେ ଆମ୍ବୁଲାନ୍ସ ଦ୍ୱାରା ସିକରପାଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । କବିତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।


Post Views: 6