Alchiki Mission 2025

ମାରିସା ପକ୍ଷରୁ “ଯୋସ୍‌ ଅଲଚିକି ମିଶୋନ୍-୨୦୨୫” ଅନୁଷ୍ଠିତ

State

ବାରିପଦା: ମାସ୍‌ ଆଦିବାସୀ ରିଭୋଲ୍ୟୁସନାରୀ ୟୁଥ୍ ଏଣ୍ଡ ଷ୍ଟୁଡେଣ୍ଟ ଆସୋସିଏସନ୍ (ମାରିସା)ର ଜିଲ୍ଳା ସଭାପତି ତୋଫାନ ହେମ୍ବ୍ରମଙ୍କ ପୌରୋହିତ୍ୟରେ ଆଜି ବାରିପଦା ନିକଟସ୍ତ ମୁର୍ଗାବାଡିଠାରେ “ଯୋସ୍‌ ଅଲଚିକି ମିଶୋନ୍‌-୨୦୨୫” ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାରିସାର ରାଜ୍ୟ ସଭାପତି ଅର୍ଜୁନ ମୁର୍ମୁ ମୁଖ୍ୟ ଅତିଥି, ଜିଲ୍ଲା ଉପସଭାପତି ଲିଟୁ ହାଁସଦାଃ ମୁଖ୍ୟବକ୍ତା, ଜିଲ୍ଲା ଅଫିସ ସମ୍ପାଦକ ଅଜିତ୍‌ ଟୁଡ଼ୁ ଏବଂ ଜିଲ୍ଲା ଉପସଭାପତି ନବ ମାର୍ଣ୍ଡି ସମ୍ମାନିତ ଅତିଥିଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ସାର୍ନା ଧର୍ମ ରୀତିନୀତି ଅନୁସାରେ ପୂଜା ସଂପନ୍ନ କରାଯାଇଥିଲା ।

ଏହି ଅବସରରେ ମାରିସା ପକ୍ଷରୁ ୧୮ଟି ପ୍ରସଙ୍ଗ ଉପରେ ସଚେତନତା କରାଯାଇଥିଲା । ଯେଉଁମାନଙ୍କ ମାତୃଭାଷା ସାନ୍ତାଳୀ ସେମାନେ ସମସ୍ତେ ୨୦୨୫ ସୁଦ୍ଧା ଅଲଚିକି ଲିପି ସାନ୍ତାଳୀ ଭାଷାରେ ଲେଖି ପଢ଼ି କରିପାରୁଥିବେ,ପ୍ରାଥମିକ ସ୍ତରରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଅଲଚିକି ଶିକ୍ଷାଦାନକୁ ସୁନିଶ୍ଚିତ କରାଯାଉ, ମୟୂରଭଞ୍ଜରେ ସାନ୍ତାଳୀ ଶିକ୍ଷା ପରିଷଦ ବା ସାନ୍ତାଳୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଉ, ମୟୂରଭଞ୍ଜ ଓ କେଉଁଝର ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟର ନାମ ଫଳକରେ ଉଭୟ ଓଡିଆ ଇଂରାଜୀ ସହିତ ଅଲଚିକିରେ ଲେଖାଯାଉ , ଓଡିଶାରେ ସାନ୍ତାଳୀ ସାହିତ୍ୟ ଏକାଡେମୀ ଖୋଲାଯାଉ, ବାରିପଦାରେ ପଣ୍ଡିତ ରଘୁନାଥ ମୁର୍ମୁ ଟ୍ରାଇବାଲ୍ ରିସର୍ଚ୍ଚ ଇଷ୍ଟିଚ୍ୟୁଟ୍ ପ୍ରତିଷ୍ଠା କରାଯାଉ ,ସାନ୍ତାଳୀ ସଙ୍ଗୀତ ନାଟକ ଏକାଡେମୀ ପ୍ରତିଷ୍ଠା କରାଯାଉ, ସୁନାରାମ ସୋରେନ୍‌ ସାନ୍ତାଳୀ ଲାଇବ୍ରେରୀ ପ୍ରତିଷ୍ଠା କରାଯାଉ, ଓଡ଼ିଶାରେ ସାନ୍ତାଳୀ ଭାଷାକୁ ଦ୍ୱିତୀୟ ରାଜ୍ୟ ଭାଷା ବା ସଂଖ୍ୟାଲଘୁ ଭାଷାର ମାନ୍ୟତା ପ୍ରଦାନ କରାଯାଉ,ସାନ୍ତାଳୀ ଡି.ଇଏଲ୍.ଇଡି ଡିଗ୍ରୀଧାରୀ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପ୍ରଦାନ ପ୍ରଭୃତି ଅନ୍ତର୍ଭୁକ୍ତ । ଏହି ପ୍ରସଙ୍ଗକୁ ଓଡ଼ିଶା ସରକାର ଯେପର୍ଯ୍ୟନ୍ତ ପୂରଣ ନ କରିଛନ୍ତି ସେପର୍ଯ୍ୟନ୍ତ ମାରିସା ପକ୍ଷରୁ ଆନ୍ଦୋଳନ ଜାରି ରହିବବୋଲି ଶପଥ କରାଯାଇଥିଲା । କାର୍ଯ୍ୟକ୍ରମରେ ଉପସଭାପତି ରବିନ୍ଦ୍ର ମାର୍ଣ୍ଡି, ଜିଲ୍ଲା କୋଷାଧ୍ଯକ୍ଷ ରାଜେଶ୍ ବେଶ୍ରା, ଅନନ୍ତ ମାର୍ଣ୍ଡି, ରାଜେଶ୍ କୁମାର ଟୁଡ଼ୁ, ଧନୁରାମ ମୁର୍ମୁ, ରାମଚନ୍ଦ୍ର ହେମ୍ବ୍ରମ, ଶାନ୍ତିଲତା ସୋରେନ୍‌,ଆଲାଦି ମାର୍ଣ୍ଡି,ଚାନ୍ଦ ତାରାଶ୍ ବାସ୍କେ ପ୍ରମୁଖ ସାମିଲ ଥିଲେ ।