Onn 3

ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ସଦସ୍ୟଙ୍କ ମୟୂରଭଞ୍ଜ ଗସ୍ତ

State

ବାରିପଦା: ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ର ସଦସ୍ୟା ଶ୍ରୀମତୀ ଛବିରାଣୀ ମାହାଲି ଏବଂ ସୁଶ୍ରୀ ଯଲିନା ପ୍ରିୟଦର୍ଶିନୀ ମୟୂରଭଞ୍ଜ ଜିଲ୍ଲା ପରିଦର୍ଶନରେ ଆସି ବିଭିନ୍ନ କାର୍ଯ୍ୟକ୍ରମର ପରିଚାଳନା ସମ୍ପର୍କରେ ସମୀକ୍ଷା କରିଛନ୍ତି । ଏହି ଗସ୍ତର ଦୁଇଦିନର ପରିଦର୍ଶନ ମଧ୍ୟରେ ପ୍ରଥମ ଦିନ ତ। ୧୧.୦୧.୨୪ ଋଖ ପ୍ରଥମାର୍ଦ୍ଧେ କୁଳିଅଣା ବ୍ଲକ ଅନ୍ତର୍ଗତ ଭୋଳଗଡିଆ ଅଙ୍ଗନବାଡି କେନ୍ଦ୍ର ଓ ବାଲିପାଳ ସ୍ଥିତ ମା ସୁନାମୁହିଁ ଛତୁଆ ୟୁନିଟ, ବାରିପଦା ସ୍ଥିତ ମହାରାଣୀ ତକତ କୁମାରୀ କସ୍ତୁରୁବା ଗାନ୍ଧୀ ବାଳିକା ବିଦ୍ୟାଳୟ ପରିଦର୍ଶନ କରି ଯୋଜନାର ବିଭିନ୍ନ କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଥିଲେ । ଅଙ୍ଗନବାଡି କେନ୍ଦ୍ରରେ ଶିଶୁ ମାନଙ୍କୁ ସଠିକ ଭାବରେ ସୁବିଧା ସୁଯୋଗ ଯୋଗାଇ ଦିଆଯାଉ ଅଛି କି ନାହିଁ ସେ ସମ୍ପର୍କରେ ତଦାରଖ କରିବା ସହିତ ଗ୍ରାମବାସୀଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ । ଛତୁଆ ୟୁନିଟ ରେ ଛତୁଆର ମାନ ଏବଂ ପରିଷ୍କାର ପରିଚ୍ଛନ୍ନତା ସମ୍ପର୍କରେ ତଦାରଖ କରିଥିଲେ । ସେହିପରି ବାଳିକା ବିଦ୍ୟାଳୟରେ ଝିଅ ପିଲାଙ୍କର ରହିବା, ଖାଇବା, ସୁରକ୍ଷା, ଖାଦ୍ଯର ମାନ, ପରିଷ୍କାର ପରିଚ୍ଛନ୍ନତା ଇତ୍ୟାଦି ତଦାରଖ କରିବା ସହିତ ଛାତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ସେଠାରେ ପିଲାଙ୍କ ଦ୍ଵାରା ହସ୍ତ ନିର୍ମିତ ବିଭିନ୍ନ ସାମଗ୍ରୀ କୁ ଦେଖି ସେମାନେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିଲେ । ପରେ ମୟୂରଭଞ୍ଜ କିଶୋର ନ୍ୟାୟ ବୋର୍ଡର ସଦସ୍ୟ ମାନଙ୍କ ସହିତ ଆଇନ ସହିତ ଦ୍ଵନ୍ଦ ତଥା ଆଇନ ସହିତ ଜଡିତ ଥିବା ଶିଶୁ ମାନଙ୍କ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ମାଧ୍ୟମରେ ଶିଶୁ ମାନଙ୍କ ଥଇଥାନ କିପରି ଠିକ ଭାବରେ ହୋଇପାରିବ ସେ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ । ଦିତୀୟ।ର୍ଦ୍ଧରେ ଶିଶୁ ମଙ୍ଗଳ ସମିତି ର ଅଧକ୍ଷ୍ୟ ଏବଂ ସଦସ୍ୟ ମାନଙ୍କ ସହିତ ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁ ମାନଙ୍କ ଥଇଥାନର ବିଭିନ୍ନ ଦିଗ ତଥା ଶିଶୁ ମଙ୍ଗଳ ସମିତିର ଅନ୍ୟାନ୍ୟ କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରିଥିଲେ । ପରେ ବାରିପଦା ସ୍ଥିତ RDAC ଦ୍ଵାରା ପରିଚାଳିତ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ ସଂସ୍ଥା ପରିଦର୍ଶନ କରି ଏହାର ସଠିକ କାର୍ଯ୍ୟକାରିତା ସମ୍ପର୍କରେ ତଦାରଖ କରିବା ସମୟରେ ସେଠାରେ ଥିବା ଛୋଟ ଛୋଟ ଶିଶୁ ମାନଙ୍କୁ ଦେଖି ସେମାନେ ଭାବବିହ୍ୱଳ ହୋଇ ପଡିଥିଲେ । ଏହାପରେ ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀଙ୍କ ସହିତ ସାକ୍ଷାତ କରି ଶିଶୁ ମାନଙ୍କ ନିଶା ସେବନ, ବାଲ୍ୟ ବିବାହ, ଶିଶୁ ଯୌନ ନିର୍ଯ୍ୟାତନା, ଶିଶୁ ଶ୍ରମିକ , ଶିଶୁ ଚାଳଣ ଭଳି ଶିଶୁ ମାନଙ୍କ ବିଭିନ୍ନ ସମସ୍ଯା ସମ୍ପର୍କରେ ଆଲୋଚନା କରିଥିଲେ । କିପରି ଏହିସବୁ ସମସ୍ୟାରୁ ଶିଶୁ ମାନଙ୍କୁ ସୁରକ୍ଷିତ ରଖାଯାଇପାରିବ ସେ ସମ୍ପର୍କରେ ଗୁରୁତ୍ଵ।ରୋପ କରଯାଇଥିଲା ।

ଦ୍ଵିତୀୟ ଦିନ ଅର୍ଥାତ ତ। ୧୨.୦୧.୨୦୨୪ ରିଖ ଦିନ ପ୍ରଥମେ ବାରିପଦା ସ୍ଥିତ ବଢେଇସାହି ସ୍ଥିତ ଆଦର୍ଶ ଅଙ୍ଗନବାଡି ପରିଦର୍ଶନ କରିବା ସହିତ ସେଠାରେ ADVIKA କିଶୋରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ପରେ ଭଞ୍ଜପୂର ସ୍ଥିତ ଉତ୍କଳ ବାଳାଶ୍ରମ (ଶିଶୁ ଯତ୍ନ ଅନୁଷ୍ଠାନ ) ପରିଦର୍ଶନ କରି ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ତଦାରଖ କରିଥିଲେ । ପରେ ୱାନ ଷ୍ଟୋପ ସେଣ୍ଟର ପରିଦର୍ଶନ କରି ଏହାର କାର୍ଯ୍ୟକାରିତା ସମ୍ପର୍କରେ ତଦାରଖ କରିବା ସହିତ ଅନ୍ତେବାସୀ ମାନଙ୍କ ସହିତ ଆଲୋଚନା କରିଥିଲେ । ଶେଷରେ ବାରିପଦା ସ୍ଥିତ ସ୍ଵଧ।ର ଗୃହ ଏବଂ ଉଜ୍ବ।ଳ। ଗୃହ ପରିଦର୍ଶନ କରି ସେଠାରେ ଥିବା ଅନ୍ତେବାସୀଙ୍କ ସହିତ ଆଲୋଚନା କରିବା ସହିତ ଯୋଜନା ଅଧୀନରେ ଶିଶୁଙ୍କ ପାଇଁ ଉଦ୍ଧିଷ୍ଟ ସୁବିଧା ସୁଯୋଗ ସମ୍ପର୍କରେ ତଦାରଖ କରିଥିଲେ । ଜିଲ୍ଲା ପରିଦର୍ଶନ ପରେ ବିଭିନ୍ନ ଯୋଜନାର ସଫଳ ରୂପାୟନ ହେଉଥିବାରୁ ସଦସ୍ୟା ମାନେ ଏହାକୁ ପ୍ରଶଂସା କରିଥିଲେ । ଉକ୍ତ ପରିଦର୍ଶନ ସମୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ସିଂଙ୍କୁ, ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ଜ୍ୟୋତ୍ସ୍ନା ମହାନ୍ତି, ଶ୍ରୀମତୀ ସସ୍ମିତା ମହାନ୍ତି, ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସୁରକ୍ଷା ଅଧିକାରୀ(ଆନୁଷ୍ଠାନିକ ସେବା) ଶ୍ରୀ ମଧୁସୂଦନ ରଥ ଏବଂ ପରାମର୍ଶଦାତା ଶ୍ରୀ ଦିଲୀପ କୁମାର ପଣ୍ଡା ସହଯୋଗ କରିଥିଲେ ।