ବାରିପଦା: ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ହେଉଥିବା ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ‘ନୂଆ-ଓ’ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଦିଗ୍ଦର୍ଶନରେ ତା ୧୦ ରୁ ୧୧ ତାରିଖ ଧରି ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଓ କୁଳସଚିବ ସହଦେବ ସମାଧିଆଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ରତିଯୋଗିତା ଗୁଡ଼ିକ ମଧ୍ୟରେ ଓଡ଼ିଆ କବିତା ରଚନା, ଓଡ଼ିଆ ପ୍ରବନ୍ଧ ରଚନା, ଓଡ଼ିଆ ତର୍କ, କ୍ଷୁଦ୍ର ନାଟିକା (ସ୍କିଟ୍), ସାଧାରଣ ଜ୍ଞାନ, ଓଡ଼ିଆ ଭକ୍ତି ସଙ୍ଗୀତ ଓ ଓଡ଼ିଆ ଲୋକ ନୃତ୍ୟ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା ।
କାର୍ଯ୍ୟକ୍ରମର ସଂଯୋଜିକା ଡ. ପ୍ରିୟଦର୍ଶିନୀ ସଂଘମିତ୍ରା ସାହୁଙ୍କ ନେତୃତ୍ୱରେ ଓଡ଼ିଆ ଭାଷା ସାହିତ୍ୟ କମିଟିର ସଦସ୍ୟ/ସଦସ୍ୟା ପୁଷ୍ପାଞ୍ଜଳି ପରିଡ଼ା, ଡ. ମୋନାଲି ଗୋସ୍ୱାମୀ, ଡ. ସ୍ୱରୂପାନନ୍ଦ ବିଷୟୀ, ଡ. ପ୍ରିୟଙ୍କା ଦାସ, ଡ. ବିଷ୍ଣୁପ୍ରିୟା ହାଁସଦା, ଡ. ବିଚିତ୍ରନାଥ ସାହୁ, ଡ. ଭୋଳାନାଥ ଦାଶ, ଡ. ବିନ୍ଦେଶ୍ୱରୀ କଲିଆ, ଶ୍ରୀ ରାଜକୁମାର ପାତ୍ର ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ପ୍ରତିଯୋଗିତା ଗୁଡ଼ିକରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଆସନ୍ତା ୧୭ ଓ ୧୮ ତାରିଖରେ ଆନ୍ତଃ ବିଶ୍ୱବିଦ୍ୟାଳୟ ସ୍ତରରେ ପ୍ରତିଯୋଗିତା ମାନ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବ । ପୁଣି ବିଶ୍ୱବିଦ୍ୟାଳୟରେ ୨୯ ରୁ ୩୧ ତାରିଖ ପର୍ଯ୍ୟନ୍ତ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ବିଭିନ୍ନ ପ୍ରତିଯୋଗିତା ଓ ଆଲୋଚନାଚକ୍ରମାନ ଅନୁଷ୍ଠିତ ହେବ ।