Onn 3

ଚାରିଗାଁରେ ଜୟ ଜଗନ୍ନାଥ ଅର୍ପଣ ରଥ

State

ଆଗରପଡ଼ା :ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ବନ୍ତ ବ୍ଳକ ଚାରିଗାଁ ପଂଚାୟତରେ ଶୁକ୍ରବାର ଜୟ ଜଗନ୍ନାଥ ଅର୍ପଣ ରଥ ଗଡ଼ିଛି । ଅର୍ପଣ ରଥ ପ୍ରଥମେ ଚାରିଗାଁ ପଂଚାୟତ ଚକ୍ରାପାଢୀ ଗ୍ରାମ କରସାହିରେ ପହଂଚିବା ପରେ ସେଠାରେ ଥିବା ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରାଯିବାପରେ କୀର୍ତ୍ତନ ମଣ୍ଡଳୀର ମୃଦଙ୍ଗ,ଝାଞ୍ଜ ବାଦନ ସହ ଜୟ ଜଗନ୍ନାଥ ଧ୍ୱନିର ତାଳେ ତାଳେ ଚକ୍ରାପାଢୀ ଗ୍ରାମରେ ଏହି ରଥ ପରିକ୍ରମା କରିବା ସହ ପ୍ରତ୍ୟେକ ଘରୁ ଗୋଆ ଓ ଚାଉଳ ସଂଗ୍ରହ କରିଯାଇଥିଲା । ଏଥିରେ ଶତାଧିକ ଲୋକ ସାମିଲ ଥିଲେ । ସରପଂଚ ଗୀତିକା ଭୋଇ,ସମିତି ସଭ୍ୟ ଧରଣୀଧର କର,ପଂଚାୟତ ବିଜେଡ଼ି ସଭାପତି ପର୍ଶୁରାମ ପାଣିଗ୍ରାହୀ,ପ୍ରାକ୍ତନ ସମିତି ସଭ୍ୟ ରାମଚନ୍ଦ୍ର ସାହୁ,ଯୁବ ନେତୃତ୍ୱ ଧରଣୀ ଧର ପୃଷ୍ଟି,ଧିରେନ ଭୋଳ, ରଂଜନ ସାହୁ,ନରେନ୍ଦ୍ର ସାହୁ,ତପନ କରଙ୍କ ସମେତ ମିଶନ ଶକ୍ତିର ବହୁ ମହିଳା କର୍ମୀ ଉପସ୍ଥିତ ଥିଲେ ।