ବାରିପଦା: ବେତନଟୀର ସିଭିଲ ସୋସାଇଟି ଓ ଅବସରପ୍ରାପ୍ତ କର୍ମଚାରୀ ସଂଘର ସଂପାଦକ ତଥା କୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟରତ ବିଶିଷ୍ଟ ସଂଗଠକ ଓ ସାହିତ୍ୟିକ ସଚ୍ଚିଦାନନ୍ଦ ମହାନ୍ତିଙ୍କୁ ସ୍ବର୍ଗତ ପ୍ରଶାନ୍ତ ବେହେରା ସ୍ମୃତି ପରିଷଦ, ଉଦଳା ସମ୍ବର୍ଦ୍ଧିତ କରିଅଛି। ମାନପତ୍ର,ଉପଢୌକନ ଓ ପୁଷ୍ପଗୁଛସହ ମୁଖ୍ୟ ଅତିଥି ନଗରପାଳ ପ୍ରମିଳା ପଣ୍ଡାଙ୍କ ଦ୍ୱାରା ଉତ୍ତରୀୟ ମଧ୍ୟ ପ୍ରଦାନ କରାଯାଇଅଛି । ଏକାଧାରରେ ଶ୍ରୀମହାନ୍ତି ମଧ୍ୟ କୃତୀ ଶିକ୍ଷକ ଭାବେ ରାଷ୍ଟ୍ରପତି, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି। ସଂପ୍ରତି ସାମ୍ବାଦିକତା ଶିକ୍ଷାଲାଭ କରି ଦୈନିକ ସମ୍ବାଦପତ୍ର ନିମନ୍ତେ ଖବର ଓ ସ୍ତମ୍ଭ ଲେଖୁଛନ୍ତି । ଏଥିନିମନ୍ତେ ୰ ପ୍ରଶାନ୍ତ ବେହେରାଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକୀ ସ୍ଥାନୀୟ ଶ୍ରୀମା ଅରବିନ୍ଦ ବିଦ୍ୟାଳୟ ପରିସରରେ ପାଳନ ଅବକାଶରେ ଅନୁଷ୍ଠିତ ସଭାରେ ପ୍ରାଧ୍ୟାପକ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତ। ଭାବେ ବାରିପଦା ବଳାଙ୍ଗୀ ଉତ୍ସବର ପ୍ରତିଷ୍ଠାତା ଶରତଚନ୍ଦ୍ର ନାୟକ ମୁଖ୍ୟବକ୍ତା, ସମ୍ମାନିତ ଅତିଥିଭାବେ କବି ସୁଚରିତା ମହାନ୍ତି, ସାହିତ୍ୟିକ ପ୍ରଫୁଲ୍ଲ ମଲ୍ଲିକ, କିଶୋରଚନ୍ଦ୍ର ଦାସବାବୁ, ଗଂଗାଧର ଦାସ, ଶ୍ୟାମସୁନ୍ଦର ପଣ୍ଡା, ଶରତ ମହାପାତ୍ର ଆଦି ସମ୍ମାନିତ ଅତିଥିଗଣ ସ୍ୱର୍ଗତ ଦେହେରାଙ୍କ ଉତ୍ସର୍ଗୀକୃତ ସାହିତ୍ୟ ପ୍ରତିଭା ସଂପର୍କୀତ ଆଲୋଚନା କରିଥିଲେ । ସଭାରେ ୫୦ ରୁ ଉର୍ଦ୍ଧ୍ଵ କବି ସ୍ଵରଚିତ କବିତା ପାଠ କରିଥିଲେ ।
ସ୍ୱର୍ଗତ ପ୍ରଶାନ୍ତଙ୍କ ପିତା ଶ୍ରୀକାନ୍ତ ଓ ଭ୍ରାତା ଇଂସୁଶାନ୍ତ ବେହେରାଙ୍କ ସମେତ ସାମ୍ବାଦିକ ଦୀପକ ନାୟକ, ଆଶିଷ ମଲ୍ଲିକ, ସୁବ୍ରତ ମହାନ୍ତିଙ୍କ ସହ ପରିଚାଳନାରେ ସହଯୋଗୀ କରୁଣାକର ଦାସ ଓ ଆଇନ୍ଜୀବୀ ସତ୍ୟବ୍ରତ ମିଶ୍ର, କବି ସର୍ବେଶ୍ୱର ମହାପାତ୍ର ଓ ବାସୁଦେବ ନାପିତ ପ୍ରମୁଖ ଉପସ୍ଥିତ ଥିଲେ | ସଭାରମ୍ଭରେ ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ. ଅବଦୁଲ କାଲାମ ଓ ପ୍ରଶାନ୍ତଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା l