Onn 3

ମୂକ ବଧିର ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ

sports State

ନିଶ୍ଚିନ୍ତକୋଇଲି,ତା.୦୯.୧୨: ଅସୁରେଶ୍ୱର ପଞ୍ଚାୟତ କେନ୍ଦୁଲୋ ଗ୍ରାମସ୍ଥିତ ମଦରଟେରେସା ମୂକ ବଧିର ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ାର ପୁରଷ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଉତ୍ସବରେ ମୁକ ବଧିର ଛାତ୍ର ଛାତ୍ରୀମାନଙ୍କର ନୃତ୍ୟ ଏବଂ ବିଭିନ୍ନ କାର୍ଯ୍ୟକଳାପ ଦେଖି ଅତିଥି ମାନେ ଖୁବ୍ ଭାବବିହ୍ୱଳ ହୋଇ କାନ୍ଦି ପକାଇବାର ଦେଖିବାକୁ ମିଳିଥିଲା । ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅଜୟ କୁମାର ସାହୁଙ୍କ ପୌରହିତ୍ୟରେ ଏଥ୍‌ôରେ ମୁଖ୍ୟ ଅତିଥି ଭାବେ ଚାଟାଡ଼୍‌ର୍ ଆକାଉଣ୍ଟାଟ ସମୀର କୁମାର ସାମଲ, ମୁଖ୍ୟ ବକ୍ତା ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ଲକ୍ଷେହୀରା ଲାବଣ୍ୟବତୀ ବେହେରା, ସମ୍ମାନୀତ ଅତିଥି ଭାବେ ଆଡ଼ଭୋକେଟ ପ୍ରଦ୍ୟୁମ୍ନ ମହାପାତ୍ର, ଜିଲ୍ଲାପରିଷଦ ସଭ୍ୟା ଜସ୍ମିତା ସେଠୀ, ସରପଞ୍ଚ ଗୌତମୀ ଦାସ, ଯୁବନେତା ଅନନ୍ତ କୁମାର ଦାସ ପ୍ରମୁଖ ଯୋଗ ଦେଇ ଉକ୍ତ ବିଦ୍ୟାଳୟର ମୁକ ବଧିର ଛାତ୍ର ଛାତ୍ରୀମାନେ ଚିତାକର୍ଷକ ନୃତ୍ୟ ଓ ବିଭିନ୍ନ କାର୍ଯ୍ୟକଳାପ କଲେ ତାହା ଅନ୍ୟାନ୍ୟ ଦିବ୍ୟାଙ୍ଗମାନଙ୍କ ପ୍ରତି ପ୍ରେରଣାଦାୟକ ହେବ ବୋଲି ପ୍ରକାଶ କରି ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସବୁ ସ୍ତରରେ ସହଯୋଗର ଆବଶ୍ୟକତା ବୋଲି ମତବ୍ୟକ୍ତ କରିଥିଲେ ।

ପ୍ରଧାନଶିକ୍ଷକ କେଦାର ସେଠୀ ସ୍ୱାଗତଭାଷଣ, ଚିନ୍ମୟ କୁମାର ପଣ୍ଡା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ସ୍କୁଲ ପରିଚାଳନା କମିଟିର ସମ୍ପାଦକ ଧ୍ରୁବଚରଣ ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ । ତାହିର ମହମ୍ମଦ,ରଶ୍ମିତା ନାୟକ, ଅଦିତ୍ ସାମଲ, ସଂଯୁକ୍ତା ବାରିକ ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲାବେଳେ ଶିକ୍ଷକ ରାହାସରଂଜନ ପତି ଧନ୍ୟବାଦ ଅର୍ପଣ କରିଥିଲେ ।