ଗାଁରୁ ବ୍ଲକ ହେଡ୍କ୍ୱାର୍ଟରକୁ ଯାତ୍ରୀ ପରିବହନ ସୁଗମ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଲକ୍ଷ୍ମୀ ବସ୍ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଯାହାକି ଘରୋଇ ବସ୍ ମାଲିକଙ୍କୁ ଘୋର କ୍ଷତି ପହଞ୍ଚାଇବା ସହ ଏହା ଉପରେ ନିର୍ଭର କରି ଚଳୁଥିବା ହଜାର ହଜାର କର୍ମଚାରୀଙ୍କ ପେଟ ପାଟଣାକୁ ଲାତ ବୋଲି କହିଛି ଘରୋଇ ବସ୍ ମାଲିକ ସଂଘ।
ଅଲ ଓଡିଶା ବସ୍ ମାଲିକ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, ଲକ୍ଷ୍ମୀ ଯୋଜନାରେ ବସ୍ ନକଣି ଆମ ବସ୍ ଗୁଡ଼ିକୁ ଲିଜ୍ରେ ନେଇ ଚଲାଇବାକୁ କହିଥିଲୁ। ଦୀର୍ଘ ୩ ମାସ ହେଲା ସରକାରଙ୍କ ସହିତ ଏହା ଉପରେ ଆଲୋଚନା କରିଥିଲୁ। ହେଲେ ରାଜ୍ୟ ସରକାର ତାହା ଉପରେ କିଛି ବିଚାର କଲେନାହିଁ। ସେପଟେ ଲକ୍ଷ୍ମୀ ଯୋଜନାରେ ବସ୍ ସେବା ଆରମ୍ଭ କରିବାକୁ ଯାଉଛନ୍ତି। ରାଜ୍ୟ ସରକାର ଲକ୍ଷ୍ମୀ ଯୋଜନାରେ ବସ୍ ଚଲାଇଲେ, ଆମେ କେଉଁଠି ବସ୍ ଚଲାଇବୁ? ରାଜ୍ୟ ସରକାର ଆମକୁ ବରବାଦ କରିବା ପାଇଁ ଯୋଜନା କରୁଛନ୍ତି। ମୋ’ ବସ୍ ଓ ଲକ୍ଷ୍ମୀ ବସ୍ ପାଇଁ ସ୍ୱତନ୍ତ୍ର ଗାଇଡ୍ଲାଇନ୍ ନଆସିଲା ପର୍ଯ୍ୟନ୍ତ ବସ୍ ଧର୍ମଘଟ ହେବ ବୋଲି ଶ୍ରୀ ସାହୁ ହିଛନ୍ତି।