Mixcollage 08 Mar 2024 02 48 Pm 7580

ଅଫିମ ଚାଲାଣ ବେଳେ ଦୁଇ ଗିରଫ, ୧୦ କେଜି ୫୦୮ ଗ୍ରାମ୍ ଅଫିମ ଜବତ

Crime State

ଭୁବନେଶ୍ବର: ବେଆଇନ ଅଫିମ ଚାଲାଣ ବେଳେ କାବୁ କଲା ଏସଟିଏଫ । ରାଉରକେଲା ପାନପୋଷରେ ୧୦ କେଜି ୫୦୮ ଗ୍ରାମ୍ ଅଫିମ ଜବତ କରିବା ସହିତ ଦୁଇ ଜଣ ଆନ୍ତଃରାଜ୍ୟ ନିଶା ମାଫିଆଙ୍କୁ ଗିରଫ କରିଛି ଏସଟିଏଫ୍ । ଗିରଫ ଅଭଯୁକ୍ତ ହେଲେ ଝାଡଖଣ୍ଡର ବିଟୁ ସିଂହ ମୁଣ୍ଡା (୪୬) ଓ ରୋହିତ ମୁଣ୍ଡା (୪୯) ।

ଏସ୍‌ଟିଏଫ୍‌ର ସୂଚନା ଅନୁଯାୟୀ, ଏହି ଦୁଇ ଅଭିଯୁକ୍ତ ଓ ସେମାନଙ୍କର ଅନ୍ୟ କିଛି ସାଥୀ ରାଜସ୍ଥାନରୁ ଅଫିମ ସଂଗ୍ରହ କରି ସୁନ୍ଦରଗଡ, ରାଉରକେଲା ଓ ଝାଡଖଣ୍ଡକୁ ଚାଲାଣ କରୁଥିଲେ । ତେବେ ଏହି ଚାଲାଣ ବେଳେ ଦୁଇ ଜଣ ଗିରଫ ହୋଇଥିବାବେଳେ, ସେମାନଙ୍କ ଅନ୍ୟ ସାଥୀମାନେ ଗିରଫ ହୋଇନାହାନ୍ତି । ସେମାନଙ୍କୁ ଧରିବାକୁ ତଦନ୍ତ ଚଳାଇଛି ଏସଟିଏଫ୍ ।

ଏହି ଅଫିମରୁ କେବଳ ଯେ, ବ୍ରାଉନସୁଗାର ଓ ହେରୋଇନ୍ ପ୍ରସ୍ତୁତ ହୁଏ ତାହା ନୁହେଁ, ଏଥିରୁ ଔଷଧ ମଧ୍ୟ ପ୍ରସ୍ତୁତ ହୁଏ । ଆଉ ଏହି ଔଷଧ ପ୍ରସ୍ତୁତ କରିବା ପାଇଁ ଦେଶର ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଉତ୍ତର ପ୍ରଦେଶରେ ଅଫିମକୁ ଆଇନତଃ ଚାଷ କରାଯାଉଛି । ତେଣୁ ଉକ୍ତ କୌଣସି ସ୍ଥାନରୁ ଏହି ଜବତ ଅଫିମକୁ ବେଆଇନ ଭାବେ ଚାଲାଣ କରାଯାଇଥିବା ସନ୍ଦେହ କରୁଛି ଏସଟିଏଫ୍ । ଏନେଇ ଅଧିକ ତଦନ୍ତ ଆରମ୍ଭ କରିଛି ଟିମ୍ ।