Onn 3

ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ ତରଫରୁ ତୁଳସୀ ଯାତ୍ରା ଉପଲକ୍ଷେ ସାମ୍ବାଦିକ ସମ୍ମିଳନୀ

State

ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ତଥା ଜିଲ୍ଲା କଂଗ୍ରେସ କମିଟି ସଭାପତି ହେମନ୍ତ ଦାସଙ୍କ ତତ୍ୱବଧାନରେ ଆଗାମୀ ଡିସେମ୍ବର 1 ତାରିଖରେ ହେବାକୁ ଯାଉଥିବା ତୁଳସୀ ଯାତ୍ରା ଉପଲକ୍ଷେ ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ ତରଫରୁ ବାରିପଦା ସ୍ଥିତ ହୋଟେଲ ସ୍ୱସ୍ତିକ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲା କଂଗ୍ରେସ ଉପସଭାପତି ଅରବିନ୍ଦ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀ ମନ୍ଦିରର ଚାରି ଦ୍ୱାର ଯଥା ଶୀଘ୍ର ଖୋଲାଯିବା,ରତ୍ନ ଭଣ୍ଡାର ଖୋଲିବା ତଥା ରତ୍ନ ଭଣ୍ଡାରରେ ଥିବା ରତ୍ନ ଗୁଡିକର ଗଣତି,ରତ୍ନ ଭଣ୍ଡାରର ମରାମତି ଓ ବେଦାନ୍ତ ଦ୍ୱାରା ଅଧିଗ୍ରହଣ ହୋଇଥିବା ଶ୍ରୀ ଜଗନ୍ନାଥଙ୍କର ଅମୃତମଣହି ଜମିର ଫେରସ୍ତ ଇତ୍ୟାଦି ଛଅ ଗୋଟି ଦାବିକୁ ନେଇ ଡିସେମ୍ବର 1 ତାରିଖ ଦିନ ନଗର, ଗ୍ରାମ,ବ୍ଲକ,ପଂଚାୟତ, ବୁଥ ଓ କଂଗ୍ରେସ ଶୁଭେଛୁଙ୍କ ଠାରୁ ତୁଳସୀ ସଂଗ୍ରହ କରି ନିଷ୍ଠାର ସହିତ ପୁରୀ ଅଭିମୁଖେ ତୁଳସୀ ଯାତ୍ରା ସମ୍ପର୍କରେ ସୂଚନା ଦେଇଥିଲେ।

ଏହି ସମ୍ମିଳନୀରେ ଜିଲ୍ଲା କଂଗ୍ରେସ କମିଟି ମୁଖପାତ୍ର ଯୋଗେଶ ଅଗ୍ରୱାଲ ଯୋଗ ଦେଇ ମୟୁରଭଞ୍ଜର ବିକାଶ ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ତଥା ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଶ୍ରୀ ଜଗନ୍ନାଥ ମନ୍ଦିର ଓ ମନ୍ଦିରର ସେବାୟତ ପ୍ରତି ସରକାରଙ୍କ ଅବହେଳାକୁ ଦୃଢ଼ ସମାଲୋଚନା କରିଥିଲେ।ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ଉପସଭାପତି ସରସ୍ୱତୀ ହେମ୍ବ୍ରମ,ବରିଷ୍ଠ ନେତା ବିଜନ ଦାସ,ଅଶୋକ ଅଧିକାରୀ,ପୂର୍ବତନ ଉପନଗରପାଳ ପ୍ରଦୀପ ମିଶ୍ର, ଆଇନ ସେଲ ଅଧ୍ୟକ୍ଷ ଜ୍ୟୋତିପ୍ରକାଶ ରଥ,ମହିଳା ସଭାପତି ସୁଶ୍ମିତା ଘୋଷାଲ,ପ୍ରମୋଦ ହେମ୍ବ୍ରମ,ପଂଚାୟତ ପରିଷଦ ସଭାପତି ଶିବାନନ୍ଦ ଦାସ,ଓବିସି ସେଲ ସଭାପତି ଦିଲ୍ଲିପ ନାୟକ,ଯୁବ ନେତା ବିକାଶ ମହାଭୋଇ,ଛାତ୍ର ସଭାପତି ମୋତି ପ୍ରକାଶ ଦାଶ,ଟାଉନ ମହିଳା କଂଗ୍ରେସ ସଭାପତି ରଶ୍ମିତା ମିଶ୍ର,ଇତିଶ୍ରୀ ମିଶ୍ର,ସଞ୍ଜୟ ସେଠୀ, ରତନ ମହାନ୍ତ,ମୁରଲୀ ନାୟକ,ସ୍ୱାଗନ ଦାସ ପ୍ରଭୁତି ଶତାଧିକ କର୍ମୀ ଯୋଗ ଦେଇଥିଲେ।