Onn 3

ବଡ଼ବେତରାର ଶରତରାସ ଓ ଫୁଲରଥ

State

 

75293858_10217982826460292_6983746587142914048_n

ହରିହର ତ୍ରିପାଠୀ

କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ ବଡ଼ବେତରା  ଗ୍ରାମର ଆରାଧ୍ୟ ଦେବତା ହେଉଛନ୍ତି ପ୍ରଭୁ ମଦନମୋହନ ଓ ଜଟେଶ୍ବର । ଗ୍ରାମର ଦକ୍ଷିଣଭାଗରେ ଜଟେଶ୍ବର ମହାଦେବଙ୍କ ମନ୍ଦିର ଅବସ୍ଥିତ ଥିବାବେଳେ ଗାଁ ମଝିରେ ସ୍ଥାପିତ ମଦନମୋହନ ଓ ରାଧାରାଣୀଙ୍କ ମନ୍ଦିର । ଏହି ମନ୍ଦିର କେବେ ସ୍ଥାପିତ ହେଲା ତାହାର ସଠିକ୍ ଇତିହାସ ମିଳେନା । ପ୍ରଭୁ ମଦନମୋହନଙ୍କ ମନ୍ଦିରେ ବର୍ଷସାରା ବିଭିନ୍ନ ଉତ୍ସବ ପାଳିତ ହୋଇଥାଏ । ସେସବୁ ଭିତରେ ଜନ୍ମାଷ୍ଟମୀ, ରାଧାଷ୍ଟମୀ, ଦୋଳଉତ୍ସବ ଏବଂ ଶରତ୍ ରାସ ପ୍ରଧାନ ଅଟେ । ମଦନମୋହନଙ୍କ ରାସ ଉତ୍ସବର ପରମ୍ପରା ଶହେବର୍ଷରୁ ଉର୍ଦ୍ଧ୍ବ ହେବ ।

Untitled-1

ରାସରେ ରାଧାକୃଷ୍ଣଙ୍କୁ କୁଞ୍ଜରେ ବିଜେ କରାଯାଏ ଓ ତାଙ୍କ ସମ୍ମୁଖରେ ରାସ ପଢାଯାଏ । ଶ୍ରୀରାଧା ଓ ଶ୍ରୀକୃଷ୍ଣଙ୍କ ମହାମିଳନର ଅପୂର୍ବ କାହାଣୀ ରାସରେ ବର୍ଣ୍ଣିତ । ପ୍ରଥମେ ରାସ ଉତ୍ସବରେ ପ୍ରଭୁ ବିଜେ ହେବା ଲାଗି ଦୋଳି ତିଆରି କରାଯାଉଥିଲା । ତେବେ ଫୁଲ ରଥ ଆରମ୍ଭ ହୋଇଥିଲା ପ୍ରଥମେ ବାନାମ୍ବର ମହାପାତ୍ରଙ୍କ ଉଦ୍ୟମରେ ।
ଫୁଲରଥ ଏକ ଅଭିନବ ପ୍ରକାରର ରଥ । ଏହି ରଥ ଚାଲେ ନାହିଁ । ଅତ୍ୟନ୍ତ ମନୋହର ଏହି ରଥ ଏକ ଅକ୍ଷ ଚତୁଃପାର୍ଶ ଘୁରିଥାଏ । ରଥ ଉପରେ ରାଧାକୃଷ୍ଣଙ୍କକର କୁଞ୍ଜ ତିଆରି କରାଯାଇଥାଏ । କୁଞ୍ଜରେ ରାଧାରାଣୀ ଓ ପ୍ରଭୁ ମଦନମୋହନ ବିଜେକରନ୍ତି । ରାସ ଉତ୍ସବରେ ପ୍ରଭୁଙ୍କ ସମ୍ମୁଖରେ ରାହାସ ବୋଲାଯାଏ ।

ରଥର ଉଚ୍ଚତା ୨୦ ଫୁଟ । ରଥ ଉପରେ ମୟୁର ଓ ଶୁଆ ବସିଥାନ୍ତି । ମୟୁର ଓ ଶୁଆ ରାସ ଉତ୍ସବର ପ୍ରତୀକ । ରଥଉପରେ ଅବସ୍ଥାପିତ କୁଞ୍ଜରେ ବିଭିନ୍ନ ପ୍ରକାର ବୃକ୍ଷଲତା, ପଶୁପକ୍ଷୀଙ୍କର ଚିତ୍ର, ଛବି, ପ୍ରତିମୂର୍ତ୍ତିମାନ ଖଞ୍ଜାଯାଇ କୁଞ୍ଜକୁ ଖୁବ୍ ସୁନ୍ଦରଭାବେ ସଜାଯାଇଥାଏ । ରଥର ଯେଉଁ ଅଂଶଟି କୁଞ୍ଜ ଚାରପିଟେ ଘୁରେ ସେଥିରେ ଅଷ୍ଟସଖୀଙ୍କୁ ସଜାଯାଇଥାଏ । ରାସରେ ଯେପରି ପ୍ରତ୍ୟେକ ଗୋପୀଙ୍କ ସହିତ ଜଣେ କୃଷ୍ଣ ରାସକ୍ରୀଡା କରୁଥିବାର ବର୍ଣ୍ଣନା ଅଛି ଠିକ୍ ସେହିପରି ଏଠାରେ ଶ୍ରୀରାଧାଙ୍କ ସଖୀମାନଙ୍କ ସହ କୃଷ୍ଣଙ୍କ ବିଗ୍ରହ ମଧ୍ୟ ରହିଥାଏ । ରଥର କପଡା, କଳା, ଧଳା, ନାଲି, ନୀଳରଙ୍ଗର ହୋଇଥାଏ । ରଥଉପରେ କୃଷ୍ଣଙ୍କର ବିଭିନ୍ନ ଲୀଳାର ଚିତ୍ର ଯେପରି ମାତାଙ୍କୁ ବିଶ୍ବରୂପ ଦର୍ଶନ, ବକାସୁର ବଧ, ପ୍ରଳମ୍ବାସୁର ବଧ, ଗୋବର୍ଦ୍ଧନ ଗିରିଧାରଣ ଏବଂ ଦଶ ଅବତାରର ଚିତ୍ର ଶୋଭାପାଉଥାଏ ।

45862169_10215335757125213_8644330958394228736_n

କାର୍ତ୍ତିକମାସର ଶୁକ୍ଳ ଏକାଦଶୀ ତିଥିରେ ଆରମ୍ଭ ହୁଏ ଶରତରାସ । ଏହା ପାଞ୍ଚଦିନ ଧରି ଚାଲେ । ପୂର୍ଣ୍ଣମୀ ଦିନ ରାତିସାରା ରାସଉତ୍ସବ ଅନୁଷ୍ଠିତ ହୁଏ ଓ ପ୍ରଭୁ ରଥରେ ବିଜେ କରିଥାନ୍ତି । ପୂର୍ଣ୍ଣିମା ପରଦିନ ପ୍ରଭାତରୁ ରଥରେ ଅଧରପଣା ଲାଗି ହୁଏ । ଅଧରପଣାପରେ ପ୍ରଭୁ ସିଂହାସନକୁ ବିଜେ ହୁଅନ୍ତି । ରାସ ଉତ୍ସବ ପାଞ୍ଚଦିନଯାକ ରାହାସ ପଢାଯିବା ସହିତ ପାଲା, ଦାସକାଠିଆ ଗୀତାଭିନୟ ଆଦି ହୋଇଥାଏ । ଆଗରୁ ଗ୍ରାମର କୁନି କୁନି ପିଲାମାନେ ରାଧାକୃଷ୍ଣ, ଲଳିତା, ବିଶାଖା ଆଦି ଅଷ୍ଟସଖୀ, କୃଷ୍ଣଙ୍କ ସହଚର ସୁଦାମ, ସୁବଳ, ମଧୁମଙ୍ଗଳ ଆଦି ଚରିତ୍ରରେ ଅଭିନୟ କରୁଥିଲେ । ଆଜିକାଲି ସେସବୁ ନାହିଁ । ଏବେ କେବଳ ପରମ୍ପରାକୁ ରକ୍ଷା କରାଯାଇ ଫୁଲ ରଥ ଅନୁଷ୍ଠିତ ହେଉଛି ଓ ରାତିରେ ରାସ ପଢାଯାଉଛି ।