Prestent 750x430

୨୯ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ

State

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରେ ଓଡ଼ିଶା ଆସିପାରନ୍ତି ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ କିଚକେଶ୍ୱରୀଙ୍କୁ ଦର୍ଶନ କରିବେ ।  ଦିନ ୧୦ଟା ୧୦ରୁ  ୧୦ଟା ୪୦ ମଧ୍ୟରେ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ କିଚକେଶ୍ୱରୀ  ମନ୍ଦିର ପ୍ରଶାସନକୁ  ରାଷ୍ଟ୍ରପତି ଭବନରୁ ଚିଠି ଆସିଛି । ରାଷ୍ଟ୍ରପତିଙ୍କ ଆଉ କ’ଣ ସବୁ କାର୍ଯ୍ୟକ୍ରମ ରହିଛି ତାହା ସ୍ପଷ୍ଟ ଜଣାପଡ଼ି ନାହିଁ ।

ସୂଚନାଯୋଗ୍ୟ, ନଭେମ୍ୱର ୨୭ ତାରିଖରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସିଥିଲେ । ପାରାଦ୍ୱୀପ ବନ୍ଦର ପକ୍ଷରୁ ଅନୁଷ୍ଠିତ ହୋଇଥିବା ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେଇଥିଲେ ।