Tweet 1024x574

ସାଇବର ଠକେଇକୁ ନେଇ ଓଡିଶା ପୋଲିସ୍ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ସୂଚନା

State

ଭୁବନେଶ୍ୱର : ଅନେକ ସମୟରେ ଜନସାଧାରଣ ସାଇବର ଠକେଇର ଶିକାର ହେଉଥିବା ନଜର ଆସିଛି । ଚୋର ଠାରୁ ପୋଲିସ ଯେତେ ଚାଲାକ୍‌ ଭାବେ କାମ କଲେ ମଧ୍ୟ ସବୁବେଳେ ଚୋର ପୋଲିସକୁ ଭୁଆଁ ବନେଇ ତା କାମ ହାସଲ କରି ନେଉଛି । ପୋଲିସ ଯେତେ ସଜାଗ ହେଲେ ମଧ୍ୟ ତାଙ୍କ ଆଖିରେ ଧୂଳି ଦେଇ ଚୋର ଲୁଟ କରିଚାଲୁଛି । ଏପଟେ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସାଇବର ଠକଙ୍କ ଅପରାଧ ବଢ଼ି ବଢି ଚାଲିଛି । ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ନୀରିହ ଜନତାଙ୍କଠାରୁ ଲୁଟ୍ କରି ଚାଲିଛନ୍ତି ଏହି ଠକ ।

ତେବେ ଏହାକୁ ନେଇ ଓଡ଼ିଶା ପୋଲିସ୍ ପକ୍ଷରୁ ବାରମ୍ବାର ଲୋକଙ୍କୁ ସଚେତନ କରାଯାଉଛି । କୌଣସି ବି ୱେବସାଇଟ୍, ହ୍ୱାଟସ୍ଅପ୍ ନମ୍ବର, ଫୋନ୍ ନମ୍ବର, ଇମେଲ ଆଇଡି ଏବଂ ଟେଲିଗ୍ରାମ୍ ଭଳି ସୋସିଆଲ୍ ମିଡିଆ ପ୍ଳାଟଫର୍ମରେ ସାଇବର ଠକେଇର ଯଦି କିଏ ଶୀକାର ହେଉଛନ୍ତି, ତାହେଲେ ସାଇବର କ୍ରାଇମ ପୋର୍ଟାଲ cybercrime.gov.in ରେ ରିପୋର୍ଟ କରନ୍ତୁ । ସଜାଗ ଓ ସଚେତନ ରହିଲେ ଏକ ନୂତନ ପରିବର୍ତ୍ତନ ଆଣିପାରେ ବୋଲି ଆଜି ଓଡ଼ିଶା ପୁଲିସ ପକ୍ଷରୁ ‘ ଏକ୍ସ’ ମାଧ୍ୟମରେ ସୂଚନା ଦିଆଯାଇଛି ।

‘ଏକ୍ସ’ରେ ଓଡିଶା ପୋଲିସ୍ ପକ୍ଷରୁ କୁହାଯାଇଛି ଯେ କୌଣସି ସନ୍ଦେହଜନକ ୱେବସାଇଟ୍, ହ୍ଵାଟ୍ସଆପ୍‌ ନମ୍ବର, ଟେଲିଗ୍ରାମ, ଫୋନ ନମ୍ବର,ଇମେଲ ଆଇଡି, ଏବଂ ସୋସିଆଲ୍ ମିଡିଆ ଭଳି ସ୍ଥାନରେ ସାଇବର ଅପରାଧର ଶୀକାର ହେଲେ, ସାଇବର କ୍ରାଇମ ପୋର୍ଟାଲରେ ରିପୋର୍ଟ କରନ୍ତୁ ।

ସାଇବର ଅପରାଧୀ ମାନେ ଅନେକ ପ୍ରକାରର ପ୍ରଲୋଭନ ଦେଖାଇ ବିଭିନ୍ନ ତରିକାରେ ଲୋକମାନଙ୍କୁ ଲୁଟି ଚାଲିଛନ୍ତି । ଯାହାଫଳରେ ସାଧାରଣ ଲୋକଟି ସବୁ କିଛି ହରାଇ ନିରାଶ ହୋଇ ଶେଷରେ ସାଇବର ଥାନାର ଦ୍ୱାରସ୍ଥ ହେଉଛି । ତେବେ କେତେକ କ୍ଷେତ୍ରରେ ଲୋକ ଟଙ୍କା ଫେରି ପାଉଥିବା ବେଳେ ଅଧିକାଂଶ କ୍ଷେତ୍ରରେ ଟଙ୍କା ଆଉ ଫେରି ପାଉ ନାହାଁନ୍ତି । ଏପଟେ ସାଇବର ଲୁଟେରାଙ୍କ ବିରୋଧରେ କମିଶନରେଟ୍ ପୋଲିସ ପକ୍ଷରୁ ବ୍ଲୁ ନକ୍ସା ପ୍ରସ୍ତୁତ ହୋଇଛି । ବିଭିନ୍ନ ସ୍କୁଲ ଓ କଲେଜର ବଛାବଛା ଛାତ୍ରଛାତ୍ରୀଙ୍କୁ ନେଇ ସାଇବର ଯୋଦ୍ଧା ପ୍ରସ୍ତୁତ କରାଯାଇଛି ।

ବିଶେଷ କରି ଆଇଆଇଆଇଟି ଓ ଆଇଆଇଟି ଭଳି ବୈଷୟିକ ପାଠ ପଢୁଆ ଛାତ୍ରଛାତ୍ରୀ ଙ୍କୁ ଏଥିରେ ଗୁରୁତ୍ଵ ଦିଆଯାଇଛି। ଏହି ଅଭିଯାନରେ ସାମିଲ ହେବାକୁ ୬୫୦ଜଣ ଆବେଦନ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୧ଜଣ ଛାତ୍ରଙ୍କୁ ସାମିଲ କରାଯାଇଥିବା ନେଇ ଖବର ମିଳିଛି । ତେବେ ଏସବୁ ପରେ ବି ନିଜେ ସଜାଗ ରହିବା ନିହାତୀ ଜରୁରୀ । ନିଜେ ସଜାଗ ରହିଲେ ଯାଇ ଏକ ନୂତନ ପରିବର୍ତ୍ତନ ଆଣିପାରିବା ।