Haniman Sradhabarsiki

ହ୍ୟାନିମାନଙ୍କ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଆଲୋଚନାଚକ୍ର ଅନୁଷ୍ଠିତ

State

ବାରିପଦା: ହୋମିଓପ୍ୟାଥିକ ର ଜନକ ଡା. ସାମୁଏଲ ହ୍ୟାନିମାନଙ୍କ ଶ୍ରାଦ୍ଧବାର୍ଷୀକୀ ଉପଲକ୍ଷେ ଆଜି ସ୍ଥାନୀୟ ଅବସରପ୍ରାପ୍ତ କର୍ମଚାରୀ ଭବନ ସଭାଗୃହଠାରେ ହୋମିଓପ୍ୟାଥିକ ଲଭର୍ସ ଆସୋସିଏସନ ଆନୁକୁଲ୍ୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ଡା. ସପନ କୁମାର ଦତ୍ତ , ମୁଖ୍ୟ ବକ୍ତା ଭାବେ ଡା. ରାମକୃଷ୍ନ ପ୍ରମୁଖ ଯୋଗଦେଇ ହୋମିଓପ୍ୟାଥିକ ସେବା କିପରି ଲୋକମାନଙ୍କ ପାଖରେ ପହଞ୍ଚିବ ସେ ଦିଗରେ ନିଜ ନିଜ ବ୍ୟକ୍ୱବ୍ୟ ରେ ଆଲୋକପାତ କରିଥିଲେ । ଆବାହକ ଡା. ରଜନିକାନ୍ତ ଜେନା ସଂଘ କିପରି ଆଗକୁ ହୋମିଓପ୍ୟାଥିକ ର ପ୍ରସାର ଦିଗରେ ସହାୟକ ହେବ ସେ ଦିଗରେ ଆଲୋଚନା କରିଥିଲେ । ଏଥି ସହିତ ମୟୁରଭଞ ଜିଲାରେ ଥିବା ହୋମିଓପ୍ୟାଥିକ କଲେଜ କୁ କିଭଳି ପୁନ୍ନକ୍ଷମ କରାଯିବ ତାହା ଉପରେ ଆଲୋଚନା କରିଥିଲେ । ଉକ୍ତ ସଭାରେ ଜିଲା ତଥା ଜିଲା ବାହାରୁ ଷାଠିଏ ରୁ ଉର୍ଦ୍ଧ୍ୱ ଡାକ୍ତରମାନେ ଯୋଗ ଦେଇଥିଲେ । ସର୍ବଶେଷରେ ସଂଘର ସଂପାଦକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ସଭାକୁ ପରିଚାଳନା କରିବାରେ ଡା. ନୟନ କୁମାର କର , ଡା. ଦିବ୍ୟଲୋଚନ ବେହେରା , ଡା. ସଞିବ କୁମାର ଦାସ , ଡା. ଅଜୟ କୁମାର ଜେନା , ଡା. ପାର୍ଥସାରଥି ମହାରଣା , ଡା. ବାଗେଶ୍ୱର ବେହେରା , ଡା. ଉଦୟନାଥ ମହାନ୍ତ , ଡା. କିଶୋର ବାରିକ , ଡା. ଶୁଭଶ୍ରୀ ରାଉତ , ଡା. ମେନେକା ଟୁଡୁ , ଡା. ମନୋଜ କୁମାର ବାରିକ ସହଯୋଗ କରିଥିଲେ ।