Onn 3

ବହଳଦା ଏକଲବ୍ୟ ଵିଦ୍ଯାଳୟରେରେ ରାଜ୍ୟ ସ୍ତରୀୟ ୪ର୍ଥ ଦୌଡକୁଦ ପ୍ରତିଯୋଗିତା

sports State

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଵହଳଦା ଏକଲବ୍ୟ ମଡେଲ ରେସିଡେନସିଆଲ ସ୍କୁଲ, କାଦୁଆଣି ଠାରେ ୪ର୍ଥ ରାଜ୍ୟ ସ୍ତରୀୟ ଦୁଇଦୀବସୀୟ ଦୌଡକୁଦ ପ୍ରତିଯୋଗିତା ମହାସମାରୋହରେ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଆଦିବାସୀ ସମନ୍ଵିତ ପ୍ରକଳ୍ପ ପ୍ରଶାସକ ମୁଖ୍ୟ ଶ୍ରୀ ପରୀକ୍ଷିତ ଦାସ, ବିଦ୍ୟାଳୟର ଚେୟାରମେନ ଦୁଃଖୀରାମ ସର୍ଦ୍ଦାର ସମ୍ମାନିତ ଅତିଥି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବହଳଦାର ଅଧ୍ୟକ୍ଷା ଶ୍ରୀମତୀ ପୁଷ୍ପରାଣୀ ପଣ୍ଡା ମୁଖ୍ୟ ବକ୍ତାରୁପେ ଯୋଗ ଦେଇଥିବା ବେଳେ , ଏକଲବ୍ୟ ସ୍କୁଲୟ ଅଧ୍ଯକ୍ଷ ଶ୍ରୀ ବଳରାମ ବାରିକ ସଭାପତିତ୍ବ କରିଥିଲେ। ଦୁଇ ଦିନ ଧରି ଚାଲି ଥିବା ଏହି ପ୍ରତିଯୋଗିତାରେ ଓଡ଼ିଶାର ୩୨ଟି ଏକଲବ୍ୟ ଵିଦ୍ଯାଳୟରୁ ରୁ ୬00ରୁ ଉର୍ଦ୍ଧ ପ୍ରତିଯୋଗୀ ଭାଗନେଇ ଥିବାବେଳେ, ବାଳକ ବିଭାଗରେ୧00ଓ ୨00 ମି ଜୁନିୟର ରେ ମହେନ୍ଦ୍ର ସିଂ ଧନଘେରା ମୟୂରଭଞ୍ଜ,୪00 ମିରେ ଅର୍ଜୁନ ଖିଲାର, ମାଥିଲି ମାଲକାନଗିରି ଜିଲ୍ଲା,୧00 ମି ରିଲେ ରେସରେ ପ୍ରଥମ ସିରିଗୁଡ଼ା ରାୟଗଡା, କନିଷ୍ଠ ଵର୍ଗ ବାଳିକା ବିଭାଗରେ ୧00 ମିଟର ରେ ସୁନ୍ଦରଗଡ଼ ଏକଲବ୍ୟ ସ୍କୁଲ ପ୍ରଥମ,୨00 ଓ ୪00 ମି ରେ ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଏକଲବ୍ୟ ସ୍କୁଲ, ୪*100 ମି ରିଲେ ରେ ଵହଳଦା ଏକଲବ୍ୟ ସ୍କୁଲ ପ୍ରଥମ ହୋଇଥିଲେ । ସେହିଭଳି ବରିଷ୍ଠ ବାଳକ ବିଭାଗରେ ବିଭାଗରେ୧00 ମି ପ୍ରଥମ ନୂଆପଡ଼ା ଏକଲବ୍ୟ ସ୍କୁଲ, 200 ମିରେ ମୟୂରଭଞ୍ଜ ଜିଲ୍ଲାର କରଂଜିଆ ଏକଲବ୍ୟ ସ୍କୁଲ ପ୍ରଥମ,୪00 ରେ ଯାଜପୁର ଜିଲ୍ଲାର ରମପିଲ ପ୍ରଥମ ,4*100 ମି ରେ ,ମୟୂରଭଞ୍ଜ ଜିଲ୍ଲାର ଧାନଘେରା ଏକଲବ୍ୟ ସ୍କୁଲ ପ୍ରଥମ,4*400ରେ କୋରାପୁଟ ଜିଲ୍ଲାର ପୁନଗା ଏକଲବ୍ୟ ସ୍କୁଲ ପ୍ରଥ ହୋଇଥିଲେ।

୧00 ମି ଵାଳିକା ବର୍ଗରେ ନୂଆପଡ଼ା ଏକଲବ୍ୟ ସ୍କୁଲ ପ୍ରଥମ,୨00 ମି ମୟୂରଭଞ୍ଜ ଜିଲ୍ଲାର ଵହଳଦା ଏକଲବ୍ୟ ସ୍କୁଲ ପ୍ରଥମ, ୪00 ମି ରେ ନୂଆପଡା ଏକଲବ୍ୟ ସ୍କୁଲ,,୪*100 ରିଲେରେ ନୂଆପଡା ଏକଲବ୍ୟ ସ୍କୁଲ ପ୍ରଥମ, ୪*୪00ମି ରେ ମୟୂରଭଞ୍ଜ ଜିଲ୍ଲାର ବହଳଦା ଏକଲବ୍ୟ ସ୍କୁଲ ପ୍ରଥମ ହୋଇକୃତିତ୍ୱ ଅର୍ଜନ କରିଥିଲେ।ଖେଳ ଶେଷରେ ଉଦଯାପନୀ ଉତ୍ସବରେ ସ୍ଵଜଲ୍ ନାୟକ ମୁଖ୍ୟ ଅତିଥି , ଡାକ୍ତର ହିଲଟନ ମୁର୍ମୁ ସମ୍ମାନିତ ଅତିଥି ଓ ଡାକ୍ତର ଦେବେନ୍ଦ୍ର ନାଥ ଟୁଡୁ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଅତିଥି ଗଣ ସମସ୍ତ ପ୍ରତିଯୋଗୀଙ୍କୁ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରିଥିଲେ।ଉପରୋକ୍ତ ସମସ୍ତ ପ୍ରତିଯୋଗୀ ଆସନ୍ତା ଜାନୁଆରୀ ୮ ତାରିଖରେ ମହିଶୁର ଠାରେ ହେବାକୁ ଥିବା ୪ ର୍ଥ ଜାତୀୟ ଏକଲବ୍ୟ ସ୍କୁଲ ପ୍ରତିଯୋଗିତା – ୨୦୨୪ ରେ ଅଂଶ ଗ୍ରହଣ କରିବେ ।
ଉକ୍ତ ପ୍ରତିଯୋଗିତା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶି୍ଷୟିତ୍ରୀମାନେ, ଦୁମାଡିହି ବାଳିକା ବିଦ୍ୟାଳୟର ଶିକ୍ଷକ ତଥା ରାଇରଙ୍ଗପୁର ସବ ଡିଭିଜନ ର ସମସ୍ତ ବିଦ୍ୟାଳୟର କ୍ରୀଡା ଶିକ୍ଷକମାନେ ଖେଳ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଅଧ୍ୟକ୍ଷ ଶ୍ରୀ ବାରିକ ସମସ୍ତଙ୍କ ସହଯୋଗରେ ରାଜ୍ୟ ସ୍ତରୀୟ ଦୌଡ ପ୍ରତିଯୋଗିତା ସୁଚାରୁରୁପେ ସମ୍ପାଦିତ ହୋଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ ଜଣାଇଥିଲେ