Onn 3

କଂଗ୍ରେସ ଓବିସି ବିଭାଗ ଜିଲ୍ଲା ସୋସିଆଲ ମିଡ଼ିଆ ସଂଯୋଜକ ନିଯୁକ୍ତ

Politics State

ବାରିପଦା:  ଆଗାମୀ ଦିନରେ କଂଗ୍ରେସ ଦଳ ତଥା ରାଜ୍ୟରେ ପଛୁଆବର୍ଗଙ୍କୁ ତୃଣମୂଳ ସ୍ତରରେ ସଂଗଠିତ ଓ ମଜବୁତ କରିବା ଉଦେଶ୍ୟନେଇ ଭାରତୀୟ ଜାତୀୟ କଂଗ୍ରେସର ଓବିସି ବିଭାଗର ରାଷ୍ଟ୍ରୀୟ ଅଧକ୍ଷ କେପ୍ଟେନ ଅଜୟ ସିଂହ ଯାଦବଙ୍କ ଅନୁମୋଦନରେ ତା 0୮ ଡିସେମ୍ବର ୨୩ ରିଖ ଦିନ ବାଲେଶ୍ୱର ଜିଲ୍ଲା ସୋସିଆଲ ମିଡ଼ିଆ ସଂଯୋଜକ ଭାବେ ସଂଯୁକ୍ତା ବେହେରା ଓ ମୟୁରଭଞ୍ଜ ଜିଲ୍ଲା ସୋସିଆଲ ମିଡ଼ିଆ ସଂଯୋଜକ ଭାବେ କଲ୍ୟାଣୀ ପାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି l

ଉପରିକ୍ତ ଦୁହେଁ ନବନିଯୁକ୍ତି ପାଇଥିବାରୁ ଦୁହେଁ ରାଜ୍ୟ ମିଡ଼ିଆ ସଂଯୋଜକ ସକୁମାର ରଞ୍ଜନ ପ୍ରଧାନ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଓବିସି ବିଭାଗ ତଥା ଏଲ. ଡି. ଏମ. ଓଡିଶା ଇନଚାର୍ଜ ରାଜକିଶୋର ବାରିକ ଓ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ସେମାନେ ଧନ୍ୟବାଦ ଦେବାସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି l