Onn 3

ନୂଆ ରୂପରେଖରେ ପରିବର୍ତ୍ତନ ହେବ ସ୍କୁଲ ଖେଳ ପଡ଼ିଆ

State

ଆଗରପଡ଼ା :ନୂଆ ରୂପରେଖରେ ପରିବର୍ତ୍ତନ ହେବ ବନ୍ତ ବ୍ଳକ କାଦବରାଙ୍ଗ ପଂଚାୟତ ଅନ୍ତର୍ଗତ ଭଗାରାମ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆ । ଏଥିପାଇଁ ସରକାର ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ଯୋଗାଇ ଦେଇଛନ୍ତି ୨ଲକ୍ଷ ୫୦ହଜାର ଟଙ୍କା । ଉକ୍ତ ଅର୍ଥ ମଂଜୁର ହେବା ପରେ ବର୍ତ୍ତମାନ ଖେଳ ପଡ଼ିଆର ଉନ୍ନତିକରଣ କାମ ଜୋରଦାର ଚାଲିଛି । ଏଥିରେ ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଏକ ମଂଚ ପ୍ରସ୍ତୁତ ହେଉଥିବା ବେଳେ ପିଲାଙ୍କ ପାଇଁ ଦୋଳି,ଝୁଲଣା ଓ ଖସରା ଆଦିର ନିର୍ମାଣ ଚାଲିଛି ।

ଶିକ୍ଷାର ମାନ ବୃଦ୍ଧି କରିବା କ୍ଷେତ୍ରରେ ଖେଳ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବାରୁ ଏହାର ଉନ୍ନତିପାଇଁ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାର ଯୋଜନା ମଧ୍ୟରୁ ଏହା ଏକ ଦିଗନ୍ତକାରୀ ପଦକ୍ଷେପ ହୋଇଥିବାରୁ ଅଭିଭାବକମାନେ ଉକ୍ତ ଯୋଜନାର ଉଚ୍ଚପ୍ରଶଂସା କରିବା ସହ ଯୋଜନାର ସଫଳତାକୁ ନେଇ ଆଶା ବ୍ୟକ୍ତ କରିଛନ୍ତି ।