Onn 3

ଅଙ୍ଗନବାଡ଼ି କେନ୍ଦ୍ରରେ ପଶି ଗୋଡ଼େଇ ଗୋଡ଼େଇ କାମୁଡିଲା ଶିଆଳ, ୧୨ ଆହତ

State

ସୋର: ଅଙ୍ଗନବାଡ଼ି କେନ୍ଦ୍ର ପଶିଗଲା ଶିଆଳ । ଗୋଡ଼େଇ କାମୁଡିଲା । ଶିଆଳ କାମୁଡିବାରୁ ୧୨ ଜଣ ଆହତ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ସୋର ଡାଲଙ୍ଗ ଗାଁରେ ଏହି ଘଟଣା ଘଟିଛି । ଆଜି ସକାଳେ ଅଙ୍ଗନବାଡି କେନ୍ଦ୍ରରେ ଅଚାନକ ପଶିଥିଲା ଶିଆଳ ।

ପିଲାମାନଙ୍କ ଉପରେ ଆକ୍ରମଣ କରିଥିଲା । ପିଲାମନଙ୍କର ଚିତ୍କାର ଶୁଣି ଘଟଣାସ୍ଥଳରେ ପହଞ୍ଚିଥିଲେ ଗାଁ ଲୋକ । ଘଉଡାଇବା ବେଳେ ଗ୍ରାମବାସୀଙ୍କୁ ମଧ୍ୟ ଗୋଡ଼େଇ ଗୋଡ଼େଇ କାମୁଡିଥିଲା ରକ୍ତମୁଖା ଶିଆଳ । ଆହତଙ୍କ ମଧ୍ୟରେ ଅଛନ୍ତି ୨ ଜଣ ଅଙ୍ଗନବାଡି ଶିଶୁ, ୨ ମହିଳା ଓ ଛାତ୍ର । ଆହତଙ୍କୁ ସୋର ଓ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ଶିଆଳକୁ କାବୁ କରିଛନ୍ତି ଗ୍ରାମବାସୀ ।