Onn 3

ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ଗୁମୁଟରୁ ଦାନବାକ୍ସ ଭାଙ୍ଗି ଲୁଟ୍‌

Crime State

ପୁରୀ: ଶ୍ରୀମନ୍ଦିରକୁ ନେଇ ବିବାଦ ଶେଷ ହେବାର ନାଁ ଧରୁନି । ଗୋଟିଏ ପରେ ଗୋଟିଏ ଅଘଟଣ ଘଟି ଚାଲିଛି । ଶ୍ରୀମନ୍ଦିର ପ୍ରଶାସନ-ସେବାୟତଙ୍କ ମଧ୍ୟରେ ବୁଝାମଣା ଅଭାବରୁ ପ୍ରଭୁଙ୍କ ବନକଲାଗି ନୀତି ବନ୍ଦ ରହିଥିବାବେଳେ ଏବେ  ଦକ୍ଷିଣ ଦ୍ୱାର ଗୁମୁଟରୁ ଦାନବାକ୍ସ  ଲୁଟ ହୋଇଗଲାଣି ଅଭିଯୋଗ ।

ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ଗୁମୁଟର ଦାନବାକ୍ସ ଭାଙ୍ଗି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି ।  ଶ୍ରୀମନ୍ଦିର ପରିସରରେ ଭଙ୍ଗା ଦାନବାକ୍ସ ଓ ଲୁହାଛଡ ପଡିଥିବା ଦେଖିବାକୁ ମିଳିଛି ।  ଏହି ଦାନବାକ୍ସକୁ ନୃସିଂହ ମନ୍ଦିର ପଛପଟୁ ଉଦ୍ଧାର କରିଛି ଜେଟିପି । ଦାନବାକ୍ସ ଲୁଟ କରିବା ପରେ ଦୁବୃର୍ତ୍ତ ଏହାକୁ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଦାନବାକ୍ସକୁ ଉଦ୍ଧାର କରି ଜେଟିପି ଶ୍ରୀମନ୍ଦିର ପ୍ରଶାସନକୁ ଦାନବାକ୍ସ ହସ୍ତାନ୍ତର କରିଛି ।

ଅଭିଯୋଗ ଆଧାରରେ ତଦନ୍ତ ଜାରି ରହିଛି । କିନ୍ତୁ ଏବେ ଯାଏଁ ଶ୍ରୀମନ୍ଦିର ପ୍ରଶାସନ ଘଟଣା ସମ୍ପର୍କରେ ସ୍ପଷ୍ଟ କରି ନାହାନ୍ତି ।