Onn 3

ଜଗା ଦର୍ଶନ ପରେ ପୁରୀରେ ହବିଷ୍ୟାଳିଙ୍କ ମୃତ୍ୟୁ

State

 

puri-temple

ପୁରୀ:ଜଗନ୍ନାଥ ଦର୍ଶନ ପରେ ଜଣେ ହବିଷ୍ୟାଳିଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି । ପବିତ୍ର ପଞ୍ଚୁକରେ ଏପରି ଘଟଣା ହବିଷ୍ୟାଳିଙ୍କ ମୃତ୍ୟୁ ସାରା ଶିବିରରେ ଶୋକର ଛାୟା ଖେଳାଇ ଦେଇଛି ।

ମିଳିଥିବା ସୂଚନା ଅନୁସାରେ, ମୃତା ହବିଷ୍ୟାଳିଙ୍କ ନାଁ ଫକିର ଧଉଳା । ତାଙ୍କର ଘର ନୟାଗଡ ଜିଲ୍ଲାରେ । ୭୩ ବର୍ଷୀୟ ଏହି ବୃଦ୍ଧା ଜଣକ ଏଠାରେ କାର୍ତ୍ତିକ ବ୍ରତ କରୁଥିଲେ । ସେ କିଛି ଦିନ ହେବ ଅସୁସ୍ଥ ଥିଲେ । ଆଜି ଭୋରରେ ମହାପ୍ରଭୁଙ୍କ ଦର୍ଶନବେଳେ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସୂଚନାଥାଉ କି, ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାୟ ୩ ହଜାରରୁ ଅଧିକ ହବିଷ୍ୟାଳି ପୁରୀରେ ଆସି କାର୍ତ୍ତିକ ବ୍ରତ କରୁଛନ୍ତି ।  ଗୁରୁବାରଠାରୁ ପଞ୍ଚୁକ ଆରମ୍ଭ ହୋଇଛି । ପୁରୀରେ ଭକ୍ତଙ୍କ ଭିଡ ଅଣାୟତ୍ତ ହୋଇଛି ।