Onn 3

ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Crime State

 

ମୟୂରଭଞ୍ଜ : ଜଙ୍ଗଲରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର। ହତ୍ୟା ଅଭିଯୋଗ । ମୃତ ମହିଳା ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ରୁମାପାହାଡି ଗାଁର ତୋପଇ ମହାନ୍ତ ।

ଗତ ୧୦ ତାରିଖରେ ସାପ୍ତାହିକ ହାଟକୁ ଯାଇ ନିଖୋଜ ହୋଇ ଯାଇଥିଲେ ତୋପଇ । ଗତକାଲି ଜଟାପାଣି ଗାଁ ନିକଟସ୍ଥ ଡୁଙ୍ଗୁରିରେ ମୃତଦେହ ପଡ଼ିଥିବା ଗାଇ ଚରାଳିମାନେ ଦେଖିବାକୁ ପାଇଥିଲେ । ଖବର ପାଇ ଘଟଣାସ୍ଥଳରେ ଯାମଦା ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ପରେ ୨ ଜଣଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି ପୋଲିସ ।