Onn 3

ନିଶ୍ଚିନ୍ତକୋଇଲି ମଣ୍ଡଳ ପ୍ରାଣୀ ଚିକିତ୍ସା କେନ୍ଦ୍ର ଉଦ୍‌ଘାଟିତ

State

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ମଣ୍ଡଳ ପ୍ରାଣୀ ଚିକିତ୍ସା କେନ୍ଦ୍ର ର ନୂତନ ଗୃହ କୁ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଶୁଭ ଉଦଘାଟନ କରିଛନ୍ତି । ଏହି ବ୍ଲକ ଅନ୍ତର୍ଗତ ୪୧ଗୋଟି ପଞ୍ଚାୟତର ୫୫ହଜାର ଗାଈ ଗୋରୁ ,ମଇଁଷି, ୩୫ହଜାର ଛେଳି,ମେଣ୍ଢା ଏବଂ ହଜାର ହଜାର ସଂଖ୍ୟାରେ କୁକୁଡ଼ା ଏବଂ ବିଭିନ୍ନ ପ୍ରାଣୀକୁ ଉପଯୁକ୍ତ ଚିକିତ୍ସାସେବା ଯୋଗାଇଦେବା ପାଇଁ ଏକ ନୂତନ ଗୃହ ନିର୍ମାଣ ନିମନ୍ତେ ୫୯ଲକ୍ଷ ୫୭ ହଜାର ଟଙ୍କା ଅନୁଦାନ ଯୋଗାଇ ଦେଇଥିଲେ । ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝାଙ୍କ ପୌରହିତ୍ୟରେ ଏଥ୍‌ôରେ ମୁଖ୍ୟଅତିଥି ଭାବେ ବିଧାୟକ ଶ୍ରୀ ଜେନା ଯୋଗ ଦେଇ ଗୋପାଳକ ମାନେ ରୋଜଗାରକ୍ଷମ ହେବା ପାଇଁ କେନ୍ଦୁପାଟଣା ଠାରେ ୨୦ହଜାର ଲିଟର ଧାରଣ କ୍ଷମତା ବିଶିଷ୍ଟ ଏକ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ଖୋଲାଯିବାର ବ୍ୟବସ୍ଥା ହୋଇଥିବା ପ୍ରକାଶ କରିଥିଲେ । ଏଥ୍‌ôରେ ମୁଖ୍ୟ ବକ୍ତା ଭାବେ ପୂର୍ବତନ ମନ୍ତ୍ରୀ ତଥା କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ଯୋଗଦେଇ ରାଜ୍ୟ ସରକାରଙ୍କ ଅନୁଦାନରେ ନିଶ୍ଚିନ୍ତକୋଇଲି ବ୍ଲକର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଆଗେଇ ଚାଲିଥିବାରୁ ଉକ୍ତ ପ୍ରାଣୀ ଚିକିତ୍ସାକେନ୍ଦ୍ର ଆଉ ଏକ ନୂତନ ଫର୍ଦ୍ଦ ଭାବେ ଯୋଡ଼ି ହୋଇଥିବା ମତପ୍ରକାଶ କରିଥିଲେ । ପୂର୍ବତନ ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ତନ୍ମୟ କୁମାର ମହାନ୍ତିଙ୍କ ଉଦ୍ୟମରେ ଏହି ନୂତନ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ବିଧାୟକ ଶ୍ରୀ ଜେନା ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ଜିଲ୍ଲାପରିଷଦ ସଭ୍ୟ ଭୂପତିଭୂଷଣ ଷଣ୍ଢ, ପ୍ରାକ୍ତନ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର, ବ୍ଳକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି, ଜୋନ୍ ସଭାପତି ଜ୍ୟୋତିପ୍ରକାଶ ସ୍ୱାଇଁ, ପୂର୍ବତନ ସରପଞ୍ଚ ମିହିର କୁମାର ମିଶ୍ର, ଯୁବନେତା ଜାକିର ଖାନ୍‌, ବରିଷ୍ଠ ବିଜେଡ଼ି ନେତା ନଗେନ୍ଦ୍ରନାଥ ଷଢଙ୍ଗୀ, ବିଜେଡ଼ି ଯୁବ ସଂଗଠକ କ୍ଷୀରୋଦ କୁମାର ଷଢଙ୍ଗୀ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଅଚ୍ୟୁତାନନ୍ଦ ଦାସ, ଜିଲ୍ଲାପରିଷଦ ବିଳାସ ଭୋଇ, ସରୋଜ କୁମାର ବେହେରା,ବିଶ୍ୱେନ୍ଦୁ ମହାରଣା, ଅମୀୟ ପ୍ରସାଦ ମହାନ୍ତି, ନନ୍ଦିନୀ ନାକୟ, ଶାରଦା ପ୍ରସନ୍ନ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା.ପ୍ରକାଶ କୁମାର ବେହୁରା, ମାହାଙ୍ଗାର ଡ଼ା.ମୀନକେତନ ପଣ୍ଡା, ସାଲେପୁରର ଡ଼ା.ଦୀପକ କୁମାର ସେନାପତି, ସହକାରୀ ଚିକିତ୍ସା ଅଧିକାରୀ ଡ଼ା.ସୁଦିପ୍ତା ସାହୁ ଙ୍କ ସମେତ ସମସ୍ତ ପ୍ରାଣୀଧନ ନିରୀକ୍ଷକ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଯୁବ ବିଜେଡ଼ି ସଭାପତି ଜ୍ଞାନରଂଜନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।