Onn 3

ସମନ୍ୱିତ ଯୁବ ବିକାଶର ନୂଆ-ଓ, କାର୍ଯ୍ୟକ୍ରମ ଶୁଭ ଉଦଘାଟନ

State

ନିଶ୍ଚିନ୍ତକୋଇଲି: ଅସୁରେଶ୍ୱର ସ୍ଥିତ ସୁଭଦ୍ରା ମହତାବ ମହାବିଦ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଓ ଯୁବ କ୍ରୀଡ଼ା ବିକାଶ ସଂସ୍ଥା ପକ୍ଷରୁ ସମନ୍ୱିତ ଯୁବ ବିକାଶ ଯୋଜନାରେ ନୂଆ-ଓ, ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଶୁଭ ଉଦଘାଟନ ହୋଇଛି । କଲେଜ କ୍ରୀଡ଼ା କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ମହମ୍ମଦ ସକିଲଙ୍କ ସଭାପତିତ୍ୱରେ ଏଥ୍‌ôରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ ଓ ମୁଖ୍ୟ ବକ୍ତା ଭାବେ କଲେଜ ପରିଚାଳନା କମିଟିର ସଭାପତି ଡ଼ଃ.ରମାନାଥ ସାହୁ, , ସମ୍ମାନୀତି ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ପ୍ରାକ୍ତନ ଛାତ୍ର ପରିଷଦର ସଭାପତି ଗିରିଶରଂଜନ ମହାପାତ୍ର, ଜିଲ୍ଲାପରିଷଦ ସଭ୍ୟ ଜସ୍ମିତା ସେଠୀ, ଭୂପତି ଭୂଷଣ ଷଣ୍ଢ, ସରପଞ୍ଚଙ୍କ ପ୍ରତିନିଧି ଅନନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ହୋଇ କଲେଜ ପକ୍ଷରୁ ଆୟୋଜିତ କ୍ରୀଡ଼ା ପ୍ରତିଯୋଗିତାକୁ ପ୍ରଶଂସା କରିଥିଲେ ।

ଏହି ଅବସରରେ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ କବାଡ଼ି ପ୍ରତିଯୋଗିତା କରାଯାଇ ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । କ୍ରୀଡ଼ା କମିଟିର ନୋଡ଼ାଲ ଅଫିସର ଅଧ୍ୟାପକ ମନମୋହନ ଖଟୁଆ, ଅଧ୍ୟାପକ ରଂଜନ କୁମାର ସେଠୀ, ଅଧ୍ୟାପକ ବିଜୟ କୁମାର ପରିଡ଼ା, ଅଧ୍ୟାପିକା ଡ଼ଃ.ପ୍ରଣତୀ ନାୟକ, ପ୍ରାଧ୍ୟାପିକା ଡ଼ଃ.ସୁପ୍ରଭା ପରିଡ଼ା, ପ୍ରାଧ୍ୟାପକ ବିରଞ୍ଚିନାରାୟଣ ପଣ୍ଡା, ଅଧ୍ୟାପକ କଳ୍ପତରୁ ପଟ୍ଟନାୟକ, କ୍ରୀଡ଼ା ଶିକ୍ଷକ ଲାଲୁ ପ୍ରସାଦ ମହାରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅଧ୍ୟାପକ ସୁଧୀର କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।