Onn 3

ନିଶା ବିକିଲେ ରାଜଧାନୀରୁ ତଡ଼ିପାର ହେବେ ବେପାରୀ

Crime State

ଭୁବନେଶ୍ବର: ନିଶା କାରବାର ବିରୋଧରେ କମିଶନରେଟ ପୋଲିସର ଜିରୋ ଟଲରାନ୍ସ। ରାଜଧାନୀରେ ରହିପାରିବେନି ନିଶା ବେପାରୀ। ନିଶା ବିକିଲେ ୬ ମାସ ପାଇଁ ହେବେ ତଡିପାର। ପ୍ରଥମ ଥର ନିଶା ବେପାରିକୁ କରାଗଲା ତଡିପାର। ପୂର୍ବରୁ ପେଶାଦାର ଅପରାଧୀଙ୍କୁ ତଡିପାର କରାଯାଉଥିଲା ।

White Spider ଅପରେସନକୁ ବ୍ୟାପକ କରୁଛି ପୋଲିସ । ବ୍ରାଉନସୁଗର ଓ ଗଞ୍ଜେଇ କାରବାର ଉପରେ ନଜର ରଖିଛି ଟିମ । ନିଶା ବେପାରୀ ଚକ୍ରଧର ସାହୁକୁ ତଡିପାର କରିଛି ପୋଲିସ । ଚନ୍ଦ୍ରଶେଖରପୁର ଓ ଇନ୍ଫୋସିଟି ଥାନାରେ ଅଭିଯୁକ୍ତ ବିରୋଧରେ ୩ ଟି କେସ ରହିଛି। ଗତ ୧ ମାସରେ ବ୍ରାଉନସୁଗର ବେପାର ଚଳାଇଥିବା ୧୨ ଜଣଙ୍କୁ ଗିରଫ କରାଯାଇଛି। ୧ ମାସ ଭିତରେ ୨୧ ଜଣଙ୍କୁ ଗଞ୍ଜେଇ ଚାଲାଣ ଅଭିଯୋଗରେ ଗିରଫ କରାଯାଇଛି। ୭୦୭୭୭୯୮୧୧୧ ନମ୍ବର କମିଶନରେଟ ପୋଲିସ ପକ୍ଷରୁ ଜାରି କରାଯାଇଛି। ନିଶା ସମ୍ପର୍କିତ ଖବର ଏହି ନମ୍ବରରେ ଜଣାଇବା ପାଇଁ ଡିସିପିଙ୍କ ଅପିଲ |