Recent Photo 1724555080

ଖୁବ୍ ଶୀଘ୍ର ଘୋଷଣା ହେବ ତୃତୀୟ ପର୍ଯ୍ୟାୟ ସୁଭଦ୍ରା: ଉପ ମୁଖ୍ୟମନ୍ତ୍ରୀ

State

ଖୁଵଶୀଘ୍ର ସୁଭଦ୍ରା ତୃତୀୟ ପର୍ଯ୍ୟାୟ ଘୋଷଣା ହେବ । ସୁଭଦ୍ରାରେ ପ୍ରଥମ ଓ ଦ୍ଵିତୀୟ ପର୍ଯ୍ୟାୟରେ ବାଦ ପଡ଼ିଥିବା ସବୁ ଅଙ୍ଗନବାଡି କର୍ମୀ ସାମିଲ ହେବେ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହା କହିଛନ୍ତି । ପୂର୍ବରୁ ଖାରଜ ହୋଇଥିବା ୨ ଲକ୍ଷ ୬୭ ହଜାର ଆବେଦନର ପୁଣି ଯାଞ୍ଚ ହେବ । କୌଣସି ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଯୋଜନାରୁ ବାଦ ପଡିବେନି ।

ଏକ ତାରିଖ ଦିନ ନୋଡାଲ ଏଜେନ୍ସି ନିଯୁକ୍ତ ହେବ । ଏଯାଏ କୋଟିଏ ୭ ଲକ୍ଷ ଆବେଦନ ପହଞ୍ଚି ସାରିଲାଣି । ତେଣୁ ଡିସେମ୍ବର ପୂର୍ବରୁ କୋଟିଏ ମହିଳାଙ୍କ ପାଖରେ ସୁଭଦ୍ରା ପହଞ୍ଚିବାରେ ସଫଳ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ।