Anu

ଅନୁଭବଙ୍କୁ ବଡ଼ ଆଶ୍ବସ୍ତି; ଜାମିନ ବିହୀନ ଗିରଫ ପରୱାନା ଉପରେ ରୋକ୍ ଲଗାଇଲେ ହାଇକୋର୍ଟ

State

କଟକ : ଅନୁଭବ ମହାନ୍ତିଙ୍କ ହାଇକୋର୍ଟଙ୍କ ବଡ଼ ଆଶ୍ବସ୍ତି । ପାରିବାରିକ ମାମଲାରେ ଅନୁଭବଙ୍କୁ ଏକ ବଡ଼ ଝଟକା ଲାଗିଥିବାବେଳେ ହାଇକୋର୍ଟ ବଡ଼ ଆଶ୍ବସ୍ତି ଦେଇଛନ୍ତି। ଜାମିନ ବିହୀନ ଗିରଫ ପରୱାନା ଉପରେ ରୋକ୍ ଲଗାଇଲେ ହାଇକୋର୍ଟ। କଟକ ଜେଏମ୍‌ଏଫସି କୋର୍ଟ ପକ୍ଷରୁ ଏନବିଡବ୍ଲୁ ଜାରି ହୋଇଥିଲା। ବର୍ଷାଙ୍କୁ ଅନୁଭବ ଓ ତାଙ୍କ ସହଯୋଗୀଙ୍କ ନିର୍ଯାତନା ଅଭିଯୋଗ ମାମଲାରେ NBW ଜାରି ପାଇଁ ନିର୍ଦ୍ଦେଶ ଦେଇଥିଲେ କଟକ ସ୍ବତନ୍ତ୍ର JMFC କୋର୍ଟ । ପୁରୀଘାଟ ଥାନା ମାମଲାରେ ଜାରି ହୋଇଥିଲା NBW। ।

ଚାର୍ଜଫ୍ରେମ୍‌ ପାଇଁ ହାଜର ନହୋଇ ବାରମ୍ବାର ସମୟ ମାଗୁଥିଲେ ଅନୁଭବ । ଚାର୍ଜଫ୍ରେମ୍‌ ପାଇଁ ହାଜର ନହେବାରୁ ଏନବିଡବ୍ଲୁ ଜାରି କରିଥିଲେ କୋର୍ଟ। ୨୩ ସୁଦ୍ଧା ୱାରେଣ୍ଟ କାର୍ଯ୍ୟକାରୀ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବାବେଳେ ଅନୁଭବ ହାଇକୋର୍ଟର ଦ୍ୱାରସ୍ତ ହୋଇଥିଲେ। ଏହା ପରେ ହାଇକୋର୍ଟ ଜାମିନ ବିହୀନ ୱାରେଣ୍ଟି ଉପରେ ରୋକ ଲଗାଇଛନ୍ତି।