Onn 3

ସ୍ୱର୍ଗତଃ ଷ୍ଟାଲିନ ରାଉତଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ସ୍ମୃତିସଭା

State

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ନତକାଇ ପଞ୍ଚାୟତ ର ପୂର୍ବତନ ସରପଞ୍ଚ, ସମିତିସଭ୍ୟ, ବିଶିଷ୍ଟ ସମାଜସେବୀ , ସଫଳ ଚାଷୀ ଶ୍ରୀଯୁକ୍ତ ଷ୍ଟାଲିନ ରାଉତଙ୍କ ଏକାଦଶାହ ତିଥିରେ ସ୍ଥାନୀୟ ନତକାଇ ଗ୍ରାମ ପଞ୍ଚାୟତ ବଣୁଆ ସାହି ଠାରେ ସ୍ୱର୍ଗତ ରାଉତଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ ହେବା ସହ ସେହି ମହାନ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତିସଭା ତା.୦୭.୧୨.୨୦୨୩ରିଖ ଗୁରୁବାର ଅପରାହ୍ନରେ ଅନୁଷ୍ଠିତ ହୋଇଛି ।

ଆୟୋଜିତ ସ୍ମୃତି ସଭାରେ ଓଡ଼ିଶା ରାଜନୀତିର ଦକ୍ଷ ରାଜନୀତିଜ୍ଞ ତଥା ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର, ମାହାଙ୍ଗା ବରିଷ୍ଠ ବିଜେପି ନେତା ଚୌଧୁରୀ ପ୍ରଭାତ କେଶରୀ ମିଶ୍ର, ମାହାଙ୍ଗା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, କଟକସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା , ଶିକ୍ଷାବିତ୍ ଡ଼ଃ.ଦୁର୍ଗାଚରଣ ନାୟକ,ବିଜେପି ନେତା ସମୀର କୁମାର ସାମଲ, ଶ୍ରୀନିବାସ ନାୟକ,ପୂର୍ବତନ ସରପଞ୍ଚ କ୍ଷୀରୋଦଚନ୍ଦ୍ର ପଣ୍ଡା, ଦେବେନ୍ଦ୍ର ସାହୁ, ସମାଜସେବୀ ରମେଶ ଚନ୍ଦ୍ର ସ୍ୱାଇଁ, ଶ୍ରମିକ ନେତା ତ୍ରୈଲୋକ୍ୟ ନାଥ, ଶିକ୍ଷାବିତ୍ ବଟକୃଷ୍ଣ ବେହେରା, ପୂର୍ବତନ ମଣ୍ଡଳ ଶିକ୍ଷା ଅଧିକାରୀ ଲକ୍ଷ୍ମଣ କୁମାର ଲେଙ୍କା, ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ଉପାଧ୍ୟକ୍ଷ ଅଶୋକ କୁମାର ଓଝା,ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର,ଜିଲ୍ଲା ପରିଷଦ ବିପ୍ଳବ କାପ,ଜ୍ୟୋତିପ୍ରକାଶ ସ୍ୱାଇଁ, ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି,ପ୍ରତାପ ବେହେରା, ଗୋପବନ୍ଧୁ ସେଠୀ, ବିଜେପି କାର୍ଯ୍ୟକର୍ତ୍ତୀ ମୀନକେତନ ଦାସ, ସୁବାଷ ଦାସ, ପ୍ରଫୁଲ୍ଲ କୁମାର ମହାପାତ୍ର , ବାପୁ ଭୂୟାଁ,ଅଶୋକ ସାହୁ ଙ୍କ ସମେତ ବହୁ ନିର୍ବାଚିତ ଜନପ୍ରତିନିଧି , ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗ ଦେଇ ସ୍ୱର୍ଗତ ରାଉତଙ୍କ ଜୀବନୀ ଉପରେ ନିଜର ନିଜର ବକ୍ତବ୍ୟ ରଖିଥିଲେ । ସ୍ମୃତିସଭା ପରିଚାଳନାରେ ସ୍ୱର୍ଗତ ରାଉତଙ୍କ ବଡ଼ଭାଇ ଲେଲିନ ରାଉତ, ପୁତୁରା ପ୍ରବୀର କୁମାର ରାଉତ, ବାଦଲ ରାଉତ, ଦିଲ୍ଲୀପ ରାଉତ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ପୁତ୍ର ଶକ୍ତିପ୍ରସାଦ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।