Onn 3

ରାଜ୍ୟ ସ୍ତରୀୟ ବିତର୍କ ପ୍ରତିଯୋଗିତାରେ ୨ୟ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ଗୌରବ ଆଣିଲେ ଆର୍ୟାନ

State

ବାରିପଦା : ଭୁବନେଶ୍ୱରର ଜୟଦେବ ଭବନ ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ବିତର୍କ ପ୍ରତିଯୋଗିତାରେ ୨ୟ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ଗୌରବ ଆଣିଲେ ଆର୍ୟାନ ଦାସ I ‘ସ୍କୁଲ ରୂପାନ୍ତରଣର ଏକ ଶୈକ୍ଷିକ ବିପ୍ଳବ’ ବିଷୟ ଉପରେ ବକ୍ତୃତା ଦେଇ ରାଜ୍ୟରେ ଦ୍ଵିତୀୟ ସ୍ଥାନ ଅଧିକାର କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ଆର୍ୟାନ I ବାରିପଦାର ପୂର୍ଣ୍ଣଚନ୍ଦ୍ର ପୁର ସ୍ଥିତ ରାଜୀବ ଦାସ ଓ ମୂର୍ଚ୍ଛନା ଦାସପଟ୍ଟନାୟକ ଙ୍କ ସୁପୁତ୍ର ଆର୍ୟାନ ବର୍ତ୍ତମାନ ସେନ୍ଟ ଏନିଶ କନଭେଣ୍ଟ ସ୍କୁଲର ୯ମ ଶ୍ରେଣୀର ଛାତ୍ର I

ପ୍ରକାଶ ଥାଉକି ସେ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ଆୟୋଜିତ ବକ୍ତୃତା ପ୍ରତିଯୋଗିତାରେ ଜିଲ୍ଲାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରି ବହୁ ବାର ପୁରସ୍କୃତ ହୋଇଛନ୍ତି I ଏବର୍ଷ ଜଗଦ୍ଧାତ୍ରୀ ମେଳାରେ ସେ ବକ୍ତୃତାରେ ଦ୍ଵିତୀୟ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ପାଇ ପୁରସ୍କୃତ ହୋଇଛନ୍ତି I