Bls

ବାଲେଶ୍ଵର ସହରରେ ସୁଧୁରୁଛି ସ୍ଥିତି, ମିଳିଲା ମୋବାଇଲ-ଇଣ୍ଟରନେଟ୍ ସେବା

State

ବାଲେଶ୍ଵର : ବାଲେଶ୍ଵର ସହରରେ ଧୀରେ ଧୀରେ ସ୍ବାଭାବିକ ହେଉଛି ସ୍ଥିତି । ୮ ଦିନ ପରେ ସହରରେ ସହରରେ ମିଳିଲା ମୋବାଇଲ ଇଣ୍ଟରନେଟ୍ ସେବା । ସେପଟେ ସକାଳୁଆ ସ୍କୁଲ, କଲେଜ ଓ ଅଙ୍ଗନବାଡି କେନ୍ଦ୍ର ଆଜି ଖୋଲିଛି । ଆଜି ମଧ୍ୟରାତ୍ର ଯାଏ କର୍ଫ୍ୟୁ ବଳବତ୍ତର ରହିଛି । କର୍ଫ୍ୟୁ କଟକଣା ବି ଅଧିକ ସମୟ କୋହଳ କରାଯିବ ।

ସହଦେବଖୁଣ୍ଟା ଅଞ୍ଚଳରେ ସକାଳ ୫ଟାରୁ ରାତି ୯ଟା ଯାଏଁ ଓ ଟାଉନ ଥାନା ଅଞ୍ଚଳରେ ସକାଳ ୫ଟାରୁ ଅପରାହ୍ଣ ୨ଟା ଯାଏଁ କୋହଳ କରାଯାଇଛି । ଯିଏ ସାମାଜିକ ଗଣମାଧ୍ୟମରେ ଗୁଜବ କିମ୍ବା ଅପପ୍ରଚାର କରିବ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ଆଶିଷ ଠାକରେ ଓ ଏସପି ସାଗରିକା ନାଥ । ଏବେ ବି ଟାଉନ ଥାନା ଅଧୀନ ସମ୍ବେଦନଶୀଳ ଅଞ୍ଚଳରେ ବ୍ୟାପକ ପୋଲିସ୍ ଫୋର୍ସ ମୁତୟନ ରହିଛନ୍ତି ।

କର୍ଫ୍ୟୁ ପରଠାରୁ କୌଣସି ବିଶୃଙ୍ଖଳା ପରିସ୍ଥିତି ଉପୁଜି ନାହିଁ । ଗୋଷ୍ଠୀ ସଂଘର୍ଷ ଘଟଣାରେ ୨୧ଟି ମାମଲା ରୁଜୁ କରାଯାଇଥିବା ବେଳେ ୮୯ଜଣଙ୍କୁ ଗିରଫ କରାଯାଇଛି । ଆଗାମୀ ଦିନରେ ଶାନ୍ତି ପ୍ରତିଷ୍ଠା ପାଇଁ ହେବ ସାହି ମିଟିଂ । ଗତ ସୋମବାର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।