Onn 3

୩୦ ଜିଲ୍ଲାର ୩୦ ହଜାରରୁ ଅଧିକ ଅମଲାଙ୍କ ସମୂହ ଛୁଟି

State

ଅମଲା ସଂଘର ସମୂହ ଛୁଟି । ଲେବୁଲ ୯ ଦାବିରେ ଆଜିଠାରୁ ରାଜ୍ୟରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅମଲାମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୂହ ଛୁଟିରେ ଯାଇଛନ୍ତି । ୩୦ଟି ଯାକ ଜିଲ୍ଲାର ୩୦ ହଜାରରୁ ଅଧିକ ଅମଲା ଏହି ସମୂହ ଛୁଟିରେ ସାମିଲ ହୋଇଛନ୍ତି । ଏଥିପାଇଁ ଜିଲ୍ଲାପାଳଙ୍କ ଅଫିସ, ତହସିଲ ଅଫିସ, ବ୍ଲକ ଅଫିସ ଆଦି ୩୮ଟି ବିଭାଗର ଅଫିସ କାମ ପ୍ରଭାବିତ ହୋଇଛି । ଅମଲାମାନଙ୍କୁ ଲେବୁଲ ୯ କର୍ମଚାରୀର ମାନ୍ୟତା ପାଇଁ ଗତ ଏପ୍ରିଲ ୨୭ ତାରିଖରେ ସବୁ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଥିଲା ।

ଏହାପରେ ଭୁବନେଶ୍ୱରରେ ମେ ୧ ତାରିଖରେ ଚରମପତ୍ର ଦେବା ସହିତ ମେ ୨୧ରୁ ୩୧ ତାରିଖ ଯାଏ କଳାବ୍ୟାଜ୍‌ ପରିଧାନ କରି କାମ କରିଥିଲେ । ସରକାର ନ ଶୁଣିବାରୁ ଆଜିଠାରୁ ସମୂହ ଛୁଟିରେ ଅଛନ୍ତି ଅମଲାମାନେ । କଟକ ଜିଲ୍ଲାରେ ୧୧୦୦ ଅମଲା କାର୍ଯ୍ୟ କରନ୍ତି । ଏହି ସମସ୍ତ କର୍ମଚାରୀ ଆଜିଠାରୁ ମଧ୍ୟ ସମୂହ ଛୁଟିରେ ଅଛନ୍ତି । ଲୋକଙ୍କ କାର୍ଯ୍ଯ କିଭଳି ବାଧାପ୍ରାପ୍ତ ନ ହେବ ସେଥିପାଇଁ ଅନ୍ଯ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ବୋଲି କଟକ ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।