Onn 3

ସାଇନାଥ ଯଜ୍ଞର କଳସ ଶୋଭାଯାତ୍ରା

Religion and Cult State

ନିଶ୍ଚିନ୍ତକୋଇଲି: କେରିଲୋ ପଞ୍ଚାୟତ ସାଇ ପରିଚାଳନା ସମିତି ପକ୍ଷରୁ ସଚ୍ଚିଦାନନ୍ଦ ସଦ୍‌ଗୁରୁ ଶ୍ରୀ ଶ୍ରୀ ସାଇନାଥଙ୍କ ମନ୍ଦିରର ନବମ ବାର୍ଷିକ ଉତ୍ସବ ଅବସରରେ ଏକ ଯଜ୍ଞର ଶୁଭାରମ୍ଭ ହୋଇଛି । ମଙ୍ଗଳବାର ଦିନ ପୂର୍ବାହ୍ନରେ ପବିତ୍ର ଚିତ୍ରୋତ୍ପଳା ନଦୀରୁ ଜଳ ଉତ୍ତୋଳନ କରି ଏକ କଳସ ଶୋଭାଯାତ୍ରାରେ ଶତାଧିକ ସାଇପ୍ରେମୀ ଯଜ୍ଞ ମଣ୍ଡପରେ ଆସି ପହଞ୍ଚିଥିଲେ । ସୁବେଦୀ ପଣ୍ଡିତ ମାନଙ୍କ ଦ୍ୱାରା ଯଜ୍ଞ କାର୍ଯ୍ୟ କରାଯାଉଥିଲା ବେଳେ ଏଥ୍‌ôରେ କର୍ତ୍ତା ଭାବେ ପ୍ରକାଶ ରଂଜନ ମହାପାତ୍ର କାର୍ଯ୍ୟ ତୁଲାଉଛନ୍ତି ।

ଚାରିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଆଧ୍ୟାତ୍ମିକ କାର୍ଯ୍ୟ କ୍ରମରେ ଭଜନ ସଂନ୍ଧ୍ୟା, ପ୍ରବଚନ ଏବଂ ଯଥାରୀତି ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ସାଇ ପରିଚାଳନା ସମିତି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର,ଆଧ୍ୟାତ୍ମିକତାବାଦୀ ବ୍ରଜମୋହନ ପଣ୍ଡା,ସରପଞ୍ଚ ଶୁଭ୍ରା ମହାନ୍ତି, ଜିଲ୍ଲାପରିଷଦ ସଭ୍ୟ ଭୂପତିଭୂଷଣ ଷଣ୍ଢ,ମନୋଜ ସେଠୀ, ଅଜିତ୍ ନାୟକ ପ୍ରମୁଖଙ୍କ ସମେତ କମିଟିର ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ହୋଇ କାର୍ଯ୍ୟ ପରିଚାଳନା କରୁଛନ୍ତି ।