Onn 3

ଜଳ ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ

State

ନିଶ୍ଚିନ୍ତକୋଇଲି: ବରାଦୋ ପଞ୍ଚାୟତ ପାଟପୁରସ୍ଥିତ ବାପୁଜି ସରକାରୀ ଉଚ୍ଚ ବିଦ୍ୟାଳୟ ଇକୋ କ୍ଲବ ଆନୁକୂଲ୍ୟରେ ରାଜ୍ୟ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସହାୟତାରେ ଜଳ ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମକୁ ସହକାରୀ ମଣ୍ଡଳ ଶିକ୍ଷାଧିକାରୀ ପାର୍ବତୀ ନନ୍ଦ ଉଦଘାଟନ କରିଥିଲେ । ଇକୋ ବ୍ଲକ ସଂଯୋଜକ ଦେବପ୍ରସାଦ ଦାସ ଙ୍କ ତତ୍ତ୍ୱାବଧାନରେ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ସ୍ଥାନୀୟ ଗ୍ରାମ ପରିକ୍ରମା କରାଯାଇ ଜଳ ସଂରକ୍ଷଣ ସଂକ୍ରାନ୍ତ ବିଭିନ୍ନ ଶ୍ଲୋଗାନ ଦିଆଯାଇ ଜନ ସଚେତନତା ସୃଷ୍ଟି କରାଯାଇଥିଲା ।

ଏହି ଅବସରରେ ବକ୍ତୃତା, ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀ ସମୀକ୍ଷା ବେହେରା, ଜୟଶ୍ରୀ ରାଉତ, ଲିପ୍ସା ପ୍ରିୟଦର୍ଶିନୀ ଭଞ୍ଜ, କଳ୍ପନା ବସ୍ତିଆ, ଅପ୍ରିତା ପ୍ରିୟଦର୍ଶନୀ ସାମଲ, ଲକ୍ଷ୍ମୀପ୍ରିୟା ନାୟକ, ଇଟାଲି ପ୍ରିୟଦର୍ଶିନୀ ପଲେଇ, ଗାୟତ୍ରୀ ଦାସ, ସବ୍ୟସାଚ୍ଚୀ ନନ୍ଦ, ଗାୟତ୍ରୀ ଦାସ, ଅର୍ଚ୍ଚିତା ମଲିକ, ଅଙ୍କିତା ମହାରଣା ପୁରସ୍କୃତ କରାଯାଇଥିଲା । ପ୍ରଧାନଶିକ୍ଷୟିତ୍ରୀ କିରଣବାଳା ଦାସଙ୍କ ସଭାପତିତ୍ୱରେ ଆୟୋଜିତ ସଚେତନତା ସଭାରେ ମୁଖ୍ୟଅତିଥି ଭାବେ ପରିବେଶବିତ୍ ବଳରାମ ପାତ୍ର, ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ୍ ଗୌରାଙ୍ଗ ଚରଣ ପଲାଇ , ପରିଚାଳନା କମିଟି ସଭାପତି ଭରତଚନ୍ଦ୍ର ନାୟକ, ରଞ୍ଜନ କୁମାର ସାହୁ,ଶିକ୍ଷକ ସୀତାକାନ୍ତ ସାମଲ, ଶିକ୍ଷୟିତ୍ରୀ ପ୍ରିୟତମା ଚାନ୍ଦ, ପୂର୍ଣ୍ଣଚନ୍ଦ୍ର ରାଉତ, କୈଳାଶ ଚନ୍ଦ୍ର ବେହେରା, ବୈଷ୍ଣବ ଚରଣ ରାଉତ ପ୍ରମୁଖ ଯୋଗ ଦେଇ ଜଳ ସଂରକ୍ଷଣର ଆବଶ୍ୟକତା ଏବଂ ପ୍ରତ୍ୟେକ କ୍ଷେତ୍ରରେ ଜଳକୁ କିପରି ସଂରକ୍ଷଣ କରାଯାଇପାରିବ ସେ ସଂକ୍ରାନ୍ତରେ ଆଲୋଚନା କରିଥିଲେ । ଶିକ୍ଷୟିତ୍ରୀ ଭାନୁପ୍ରିୟା ବେହେରା, ମନସ୍ୱିନୀ ଖଟୁଆ, ସ୍ନେହଲତା ଦାସ, ରାଜଶ୍ରୀ ଜେନା, ମଧୁସ୍ମିତା ସାହୁ, ଜାକିର ହୁସେନ, ଜାନକୀବଲ୍ଲଭ ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।