Photo For The News Of Bibekananada Annual Function(nimpada)

ସ୍ୱାମୀ ବିବେକାନନ୍ଦ ଶିଶୁମନ୍ଦିର ପଂଚର୍ବିଂଶତିତମ ସାମ୍ବତ୍ସରିକ ଉତ୍ସବ

State

ଆଗରପଡ଼ା :ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଂଚାୟତ ଅଧିନସ୍ଥ ନିମାପଡ଼ା ସ୍ଥିତ କପାଳୀ କ୍ଷେତ୍ରଠାରେ ଅନୁଷ୍ଠିତ ସ୍ୱାମୀ ବିବେକାନନ୍ଦ ଶିଶୁମନ୍ଦିର ପଂଚର୍ବିଂଶତିତମ ସାମ୍ବତ୍ସରିକ ଉତ୍ସବରେ ବିଶିଷ୍ଟ ଅତିଥି ମାନେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଶିକ୍ଷାବିତ୍ ସୂର୍ଯ୍ୟମଣି ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତଥି ଭାବେ ମାଲକାନାଗିରି ପ୍ରାକ୍ତନ ଜିଲ୍ଲା ଶିକ୍ଷାଧିକାରୀ ମାନସ ଜେନା,ମୁଖ୍ୟ ଅତିଥି ବନ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଡ଼ ପ୍ରଫୁଲ ସାହୁ,ବନ୍ତ ଆଂଚଳିକ ମହାବିଦ୍ୟାଳୟ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ ସୁଭେନ୍ଦ୍ର ମିଶ୍ର ,ବିଶିଷ୍ଟ ନାଟ୍ୟକାର ଡ଼ ସୁଧାଂଶୁ ନାୟକ,ହାସ୍ୟ ଅଭିନେତା ଗିରିଜା ପଣ୍ଡା ,ସଂପାଦକ ପ୍ରକାଶ ଚନ୍ଦ୍ର ସାହୁ,ଶିକ୍ଷାବିତ୍ ନାରାୟଣ ଚନ୍ଦ୍ର ସାମଲ,ହୃଷିକେଶ ମିଶ୍ର,ଗୋବନ୍ଦ ଜେନା ପ୍ରମୁଖ ଯୋଗ ଦେଇଥିଲେ । ପ୍ରଦୀପ ବିଶ୍ୱାଳ ଅତିଥି ପରିଚୟପତ୍ର ପ୍ରଦାନ କରିଥିବା ବେଳେ ବିଦ୍ୟାଳୟ ବାର୍ଷିବ ବିବରଣୀ ପାଠ କରିଥିଲେ ପ୍ରଧାନ ଗୁରୁମା ଇତିଶ୍ରୀ ମହାପାତ୍ର ଓ ଧନ୍ୟବାଦ ଅର୍ପଣ କରିଥିଲେ ଉଷାରାଣୀ ବୋହରା ଏବଂ ମଂଚ ପରିଚାଳନା କରିଥିଲେ ଗୁରୁଜୀ ସୁନିଳ ରାଉଳ । ଏହି ପରିପ୍ରେକ୍ଷିରେ ବିଦ୍ୟାଳୟର ଅଧ୍ୟୟନରତ କୃତୀ ଛାତ୍ରଙ୍କୁ ବିଭିନ୍ନ ସମ୍ମାନ ଯଥା -ପଣ୍ଡିତ ପୁରୁଷୋତମ ,ଶିବସୁନ୍ଦର., ନକୁଳଚରଣ,ଡ଼ମ୍ବରୁଧର,ଗଂଗାଧର,ଦୀପକ ରାଉତରାୟ,ବିମ୍ବାଧର,ଘୁଂଗୁର,ନରେନ୍ଦ୍ର ଭୋଇ ,କମଳାକାନ୍ତ ସ୍କୃତି ସମ୍ମାନ ସହ ଉପେନ୍ଦ୍ର, ସୁଭଦ୍ରା,ନରେନ୍ଦ୍ର, ଆଦି ମେଧା ସମ୍ମାନରେ କୃତି ଛାତ୍ରଛାତ୍ରୀଙ୍କୁ ପ୍ରଦାନ ସହ ଚଳିତବର୍ଷ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲକରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ସଂଧ୍ୟାରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଟଥା ଓଡ଼ଶି,ଦେଶାତ୍ମକବୋଧକ ନୃତ୍ୟ ଆଦି ପରିବେଷଣ କରିାଯାଇଥିଲା । ଏହାକୁ ସଂପାଦନରେ ସହାୟତା କରିଥିଲେ ଶିକ୍ଷକ ଉମାକାନ୍ତ ରାଉତ,ଦିଲ୍ଲିପ କୁମାର ସାହୁ ପ୍ରମୁଖ । ଏଥିରେ ସ୍ଥାନୀୟ ଅଂଚଳରୁ ଦର୍ଶକଙ୍କ ସମାଗମ ହୋଇଥିଲା । ଦିବସବ୍ୟାପି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ପତଞ୍ଜଳି କରଶର୍ମା,ଜ୍ଞାନଦା କରଶର୍ମା,ଅର୍ଜୁନ ବାରିକଙ୍କ ସହ ଶିକ୍ଷାବିତ୍ ଉଦୟ ନାରାୟଣ ସାହୁ.ପ୍ରଶନ୍ନ କୁମାର ରଥ,ଗୁରୁମା ଦମୟନ୍ତି ପାଣିଗ୍ରାହୀ ,ସୌଭାଗ୍ୟ ମଂଜରୀ ପରିଡ଼ା,ମିନତିଲତା ରାଉତ,ସାବିତ୍ରୀ ମାଝୀ,ପ୍ରଭାତିପତି ,ସଶ୍ମିତା ପତି,ଧରିତ୍ରୀ ଭୋଇ ,ସବିତା ଦାସ ,ରେବତୀ ବାରିକ, ପ୍ରମୁଖଙ୍କ ସହ କମିଟିର କର୍ମକର୍ତ୍ତର୍ା,ଗ୍ରାମବାସୀ ଓ ଅଭିଭାବକ ବୃନ୍ଦ ।