Onn 3

ସମବାୟ ସମିତି ସଦସ୍ୟଙ୍କ ଶୋକସଭା

State

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି କୃଷି ଋଣ ସେବା ସମବାୟ ସମିତିର ବରିଷ୍ଠ ସଭ୍ୟ ଷ୍ଟାଲିନ ରାଉତଙ୍କ ଅକାଳ ବିୟୋଗରେ ଚାଷୀ ମହଲରେ ଶୋକର ଛାୟା ଖେଳିଯାଇଛି । ଅନେକ ସମୟରେ ସ୍ୱର୍ଗତ ରାଉତ ଚାଷୀମାନଙ୍କର ନାର୍ଯ୍ୟ ଦାବି ନିମନ୍ତେ ନେତୃତ୍ୱ ନେଇ ସରକାରଙ୍କ ଠାରେ ଆନ୍ଦୋଳନ କରିଥାନ୍ତି । ତାଙ୍କ ମୃତ୍ୟୁରେ ସମବାୟ ସମିତି ପକ୍ଷରୁ ସଭାପତି ଯତିନ୍ଦ୍ର ସ୍ୱାଇଁଙ୍କ ପୌରହିତ୍ୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଛି । ଏଥ୍‌ôରେ ସମ୍ପାଦକ ଶରତଚନ୍ଦ୍ର ବାରିକ , ସଭ୍ୟ ରମେଶ ରାଉତ, କେଶବ ବିଶ୍ୱାଳ, ବାବାଜୀଚରଣ ସାହୁ ,ସିପି ସମୀର ଘଡ଼ାଇ ଙ୍କ ସମେତ ସମସ୍ତ ସଭ୍ୟ ଉପସ୍ଥିତ ହୋଇ ସ୍ୱର୍ଗତ ରାଉତଙ୍କ ଆତ୍ମାର ସଦଗତି ପାଇଁ ୧ମିନିଟ୍ ନୀରବ ପ୍ରାର୍ଥନା କରି ଗଭୀର ଶୋକ ବ୍ୟକ୍ତ କରିଥିଲେ ।